ବାଜି ରାଉତ ଯୁବକ ସଂଘର ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ଚକାପାଦ ବ୍ଲକ୍ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ସିମ୍ବାଳି ଗ୍ରାମର ବାଜିରାଉତ ଯୁବକ ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦା ରଞ୍ଜନ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନଳିନୀ କହଁର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା, ସମ୍ମାନିତ ଅତିଥି ରୂପେ ସୁମତୀ କହଁର ସରପଞ୍ଚ କୁସୁମେଣ୍ଡି, ଶ୍ରୀମତୀ ମମତା କହଁର ସରପଞ୍ଚ ବେହେରା ଗାଁ, ଭୁବନେଶ୍ବର ମଲିକ ଅବସରପ୍ରାପ୍ତ ପୁଲିସ୍ ଅଫିସର ତଥା କୁଇ ସମାଜ ସେବା ସମିତି ଲାଇନ୍ ପଡ଼ା ଶାଖା ସଭାପତି, ବଳରାମ କହଁର ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ସିମ୍ବାଳି, ଅଭିମନ୍ୟୁ ମଲିକ ଯୁବକ ସଂଘ ମୁଖ୍ୟ ଉପଦେଷ୍ଟା ତଥା ବୈଜ୍ଞାନିକ, ସୋସିଆଲ୍ ଉପଦେଷ୍ଟା ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଦୌଡ଼, କ୍ରିକେଟ୍, ଫୁଟବଲ୍, ଭଲିବଲ, ରିଙ୍ଗ ଥ୍ରୋ, ମ୍ୟୁଜିକ ଚ୍ୟାର ପରି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗି ମାନଙ୍କୁ ଟ୍ରଫି ଓ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବକ ସଂଘ ସଭାପତି ପ୍ରମୋଦ ମଲିକ, ଉପସଭାପତି ବଶିଷ୍ଠ ମଲିକ, ସମ୍ପାଦକ ରମାକାନ୍ତ ମଲିକ, କୋଷାଧ୍ୟକ୍ଷ ଦିବ୍ୟଲୋଚନ କହଁର,ସହ କୋଷାଧ୍ୟକ୍ଷ ରିଙ୍କୁ ମଲିକ, ସଦସ୍ୟ ମନୋଜ ମଲିକ, କନିଷ୍ଠ ମଲିକ, ମନମୋହନ ମଲିକ, ରାମମୋହନ ମଲିକ, ଭଗବାନ କହଁର, ପଞ୍ଚାନନ ମଲିକ, ସୁଶାନ୍ତ କହଁର, ଗୋପାଳ ଗହିରା, ମିଟୁ ଗହିରା, ଚଇଣ୍ଟଉ ଗହିରା ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ