ମୁଖ୍ୟ ରାସ୍ତାରେ ନର୍ଦ୍ଦମା ପାଣି ବହୁଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ତଥା ଜିଲ୍ଲାର ଏକ ମାତ୍ର ପୌରପରିଷଦ କାର୍ଯ୍ୟାଳୟ ଦୀପତଳ ଅନ୍ଧାର ସଦୃଶ୍ୟ ରହିଥିବାର ଦେଖିବାକୁ ମିଳୁଛି । ଏହି ପୌରପରିଷଦ ସମଗ୍ର ରାଜ୍ୟରେ ଏକ ବହୁପୁରାତନ ପୌରପରିଷଦ ଭାବେ ପ୍ରସିଦ୍ଧି ହାସଲ କରିଥିଲା । ଯାହାର କାର୍ଯ୍ୟ କଳାପ ସାରା ରାଜ୍ୟରେ ବିକ୍ଷାତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଦିନକୁ ଦିନ ବିଭାଗ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରିବା ସକାଶେ କୋଟି କୋଟି ଟଙ୍କା ବ୍ୟୟବରାଦ କରି ନିର୍ମାଣ କାର୍ଯ୍ୟ କରି ଖର୍ଚ୍ଚ କରାଯାଉଥିବା ବେଳେ ନିଜ ପୌରପରିଷଦ କାର୍ଯ୍ୟାଳୟ ପାଶ୍ୱର୍ ନାଳ ପ୍ରତି ତିଳେ ହେଲେ ଦୃଷ୍ଟି ପଦକ୍ଷେପ ନାହିଁ । ଯେଉଁ ନାଳରେ ଟୋପାଏ ବର୍ଷା ହେଲେ ପୌରପରିଷଦ କାର୍ଯ୍ୟାଳୟ ପଛପଟେ ଏବଂ ସେହି ପାଶ୍ୱର୍ରେ ରହିଥିବା ଅଞ୍ଚଳର ନାଳ ନର୍ଦ୍ଦମାର ଅଳିଆ ଆବର୍ଜନା ପାଣି ଗୁଡିକ ବୋହି ଆସି ଜମା ହୋଇ ରହୁଛି । ଯଦ୍ୱାରା ମଶାମାଛିଙ୍କ ପ୍ରାଦୁର୍ଭବ ବଢି ଚାଲିଛି । କାରଣ ଏହି କାର୍ଯ୍ୟାଳୟ ପାଶ୍ୱର୍ରେ ବୋହିଥିବା ନାଳଟିର ନିଷ୍କାସନ ବ୍ୟବସ୍ଥା ନାହିଁ । ସମଗ୍ର ସହରର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ କାମ ପ୍ରକଳ୍ପ ଗୁଡିକ ସକାଶେ କିଛି ବର୍ଷ ହେଲା ଲକ୍ଷ ଲକ୍ଷ ଟଙ୍କା ନିଜ ଇଛା ମୁତାବକ ଖର୍ଚ୍ଚ କରାଯାଉଥିବା ବେଳେ ମୁଖ୍ୟ ରାସ୍ତା ପାଶ୍ୱର୍ରେଥିବା ନାଳ ନର୍ଦ୍ଦମା ପ୍ରତି କାହାର ଦୃଷ୍ଟି ନାହିଁ । ଏହି ରାସ୍ତାଟି ସହରର ଏକ ମୁଖ୍ୟ ରାସ୍ତା ଯାହା ମୁଖ୍ୟ ବଜାର ଠାରୁ ନୂଆ ବସ୍‌ଷ୍ଟାଣ୍ଡ ଯିବା କୁ ସଂଯୋଗ କରୁଛି । ଏହି ରାସ୍ତାଟି ସହରର ମଧ୍ୟ ଭାଗରେ ରହିଥିବାରୁ ଅନ୍ୟ ଜିଲ୍ଲାକୁ ଯିବା ଆସିବା କରୁଥିବା ଯାନବାହାନ ସବୁ ଏହି ରାସ୍ତା ଦେଇ ଯାତାୟତ କରେ । ସହରର ବିଭିନ୍ନ ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ କରାଯିବା ସହ ନାଳ ଗୁଡିକ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ନାଳ ପ୍ରତି କାହାର ହେଲେ ଦୃଷ୍ଟି ନଥିବାରୁ ସାଧାରଣରେ ଲୋକମାନେ ନାଳ ନର୍ଦ୍ଦମା ପାଣିରେ ଯାତାୟତ କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏଥିପାଇଁ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ସେଠାରେ ନାଳଟିର ପୁନଃଉଦ୍ଧାର କାର୍ଯ୍ୟ କେବେ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରର ଏହିପରି ମୁଖ୍ୟରାସ୍ତା କଡରେ ବହୁତ ନାଳ ଗୁଡିକ ନିର୍ମାଣ ପାଇଁ ଆବଶ୍ୟକ ରହିଥିବା ବେଳେ ଅଧପନ୍ତରିଆ ଭାବେ ଅନେକ ନାଳ ଗୁଡିକର ନିର୍ମାଣ କାର୍ଯ୍ୟ ପଡି ରହିଛି । ବିଭାଗ କର୍ତ୍ତୃପକ୍ଷଙ୍କୁ ଏହା ସମ୍ପର୍କରେ ଅଭିଯୋଗ ଜଣାଉଥିଲେ ମଧ୍ୟ ସହର ମଧ୍ୟ ଦେଇ ପୂର୍ତ୍ତ ବିଭାଗ ରାସ୍ତା ଯାତାୟତ କରୁଥିବାରୁ ସେମାନେ ଏଥିପ୍ରତି ଦୃଷ୍ଟି ପଦକ୍ଷେପ କରୁନଥିବାର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ