ବାଦାମ ପାହାଡ ଅଂଚଳରେ ଅବକାରୀ ବିଭାଗର ଚଢ଼ାଉ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଲୌହ ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ବିପୁଳ ଦେଶୀ ରନ୍ଧା ମଦ ଜବତ କରାଯାଇଛି । ପ୍ରକାଶ ଥାଉକି,ରାଇରଙ୍ଗପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ବାଦାମ ପାହାଡ ଲୌହ ଖଣି ଅଂଚଳର ଦୁର୍ଗମ ଅଂଚଳ କାଶୀଆବେଡା ଓ ଅଙ୍ଗାରପଦା ଅଂଚଳରେ ବେଆଇନ ଚୋରା ଦେଶୀ ମଦ ରନ୍ଧା ହେଉଛି । ଅବକାରୀ ଇନ୍ସପେକ୍ଟର ହରିହର ସିଂ ନେତୃତ୍ୱରେ ଶୁକ୍ରବାର ସକାଳେ ଏକ ସ୍ବତନ୍ତ୍ର ଟିମ୍ ଅତର୍କିତ ଭାବରେ ଘଟଣାସ୍ଥଳରେ ପହଂଚି ଚଢ଼ାଉ କରିଥିଲା ।କାଶୀଆଵେଡାରୁ ୨୬ ବିଦେଶୀ ମଦ ଜବତ, ୧୪୦୦କେଜି ମହୁଲ ପୋଚ ଓ ରନ୍ଧା ସାମଗ୍ରୀ ନଷ୍ଟ କରା ଯାଇଥିଲା । ସେହିଭଳି ଅଙ୍ଗାରପଦା ଗାଁ ଘଞ୍ଚ ଜଙ୍ଗଲରେ ୧୧୦ ଲି ଦେଶୀ ମଦ ଜବତ ସହ ୫୪୦ କେଜି ମହୁଲ ପୋତି ଓ ରୋଷେଇ ସାମଗ୍ରୀ ନଷ୍ଟ କରି ଦିଆଯାଇଛି । ଘଟଣାସ୍ଥଳରେ ଜଣକ ନାମରେ କେଶ ମାମଲା ରୁଜୁ କରାଯାଇଛି । ରାଇରଙ୍ଗପୁର ଅବକାରୀ ବିଭାଗ ଘନ ଘନ ଚଢ଼ାଉରେ ମଦ ମାଫିଆଙ୍କ ନିଦ ହଜିଯାଇଛି ଯାଉଛି ହେଲେ ଅବକାରୀ ବିଭାଗ ମୁଖ୍ୟ ମଦ ମାଫିଆଙ୍କୁ ଏପର‌୍ୟ୍ୟନ୍ତ କାବୁ କରି ପାରୁନାହିଁ ଯାହାକି ସାଧାରଣରେ ଚର୍ଚ୍ଚା ହେଉଛି । ଚଢାଉରେ ଅବକାରୀ ବିଭାଗର ଶଚିପଦ ମହାନ୍ତ, ବୁଦ୍ଧଦେବ ମହାନ୍ତ, ତ୍ରିବେଣୀ ମହାନ୍ତ, କ୍ରିଷ୍ଣା ବିନ୍ଧାଣି,ସୁମନ ମହାନ୍ତ, ଚୁଡ଼ାମଣି ସିଂ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ