ବିଦ୍ୟୁତ୍ ସ୍ପର୍ଶରେ ମା ଝିଅ ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):-ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଧିନସ୍ଥ ତାରିଖ ଗ୍ରାମରେ ମା ଏବଂ ବିବାହିତା ଝିଅର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି ।ସୂଚନାମୁତାବକ ବୁଧବାର ଦିନ ରାତିରେ ତାଳଢିଆ ଗ୍ରାମର ବାଙ୍ଗି କିସ୍କୁ (୬୦) ସ୍ବାମୀ ଗୁନା କିସ୍କୁ ଘର ପଛପଟେ ଅନ୍ଧାରରେ କିଛି କାମ ପାଇଁ ଯାଇଥିଲା । ଲଘୁଚାପ ଯୋଗୁଁ ବର୍ଷା ରେ ବିଦ୍ୟୁତ ତା’ର ଛିଡି ପଡ଼ିଥିଲା । ସେଥିପାଇଁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା ସେଠି ତାରରେ ଲଟକି ମରି ଯାଇଥିଲା ।ପରେ ତିରିଂ ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ ବିବାହ କରିଥିବା ଝିଅ ରାଇମାତ୍ ହେମ୍ବ୍ରମ (୨୩) ବାପ ଘରକୁ ଆସିଥିଲା ।ପରେ ମା’ର ବିଳମ୍ବରେ ନ ଫେରିବାରୁ ସେ ମଧ୍ୟ ଘର ପଟ୍ଟା ଖୋଜିବାକୁ ଯାଇଥିଲା ।ମା ତଳେ ପଡିଯିବାରୁ ତାଙ୍କୁ ଉଠାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ ପଡ଼ି ରହିଥିଲା ।ଘରେ ପାରାଲିସିସ ରୋଗୀ ଗୁନ କିସ୍କୁ ରାତିରେ ସ୍ତ୍ରୀ ଓ ଝିଅକୁ ଖୋଜି ପାଇଁ ନ ଥିଲେ । ସକାଳେ ପରିବାର ଲୋକେ ଖୋଜାଖୋଜି କରି ପାଇଁ ବାଦାମ ପାହାଡ ଥାନାକୁ ଖବର ଦେଇଥିଲେ । ପୋଲିସ ଅପମୃତ୍ୟୁ ମାମଲା ୧୧/୨୦ ରୁଜୁ କରି ଗୁରୁବାର ଦିନ ଅପରାହ୍ନରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ।ମା ଓ ଝିଅଙ୍କ ଦୁଃଖଦ ମୃତ୍ୟୁରେ ଗାଁରେ ଶୋକରେ ଛାୟା ଖେଳିଯାଇଥିଲା ।ବିଧାତା ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ ଘଟଣାସ୍ଥଳରେ ପହଂଚି ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଦେଇଥିଲେ ।


