ଏମକେସିଜିର ସ୍ଥିତି ପରକ୍ଷିଲେ ପ୍ରଦୀପ ମହାପାତ୍ର
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାର ଆରମ୍ଭ କରିଥିବା ୫-ଟି ଯୋଜନାରେ ସ୍ୱାସ୍ଥ୍ୟ ବିଭାଗକୁ ସାମିଲ କରିବା ପରେ କିଭଳି ଭାବେ ଚାଲିଛି ରାଜ୍ୟରେ ସ୍ୱାସ୍ଥ୍ୟ ସେବା , ଜନସାଧାରଣମାନେ ସଠିକ ଚିକିତ୍ସା ପାଇପାରୁଛନତି କି ନାହିଁ , , ସେ ସମ୍ପର୍କରେ ଅନୁଧ୍ୟ।।ନ କରିବାପାଇଁ ଦକ୍ଷିଣ ଓଡିଶାର ପ୍ରମୁଖ ଚିକିତ୍ସାଳୟ ଏମକେସିଜିରେ ଗୁରୁବାର ପରିଦର୍ଶନ କରିଥିଲେ କୃଷି ଓ ଉତ୍ପାଦନ କମିଶନର ପ୍ରଦୀପ କୁମାର ମହାପାତ୍ର । ମେଡିକାଲର ବିଭିନ୍ନ ସମସ୍ୟା ତଥା ବିଭିନ୍ନ ବିଭାଗର ଚିକିତ୍ସା ସମ୍ପର୍କରେ ଯାଞ୍ଚ କରିଥିଲେ । ଏହା ସହ ମେଡିକାଲ ପରିସରରେ ଥିବା ନିରାମୟ ଔଷଧ କେନ୍ଦ୍ର ପରିଦର୍ଶନ କରି ରୋଗୀ ମାଙ୍କୁ ସଠିକ ମୁଲ୍ୟରେ ଔଷଧ ଦିଆଯାଉଛି ତକି ନାହିଁ ପତଚାରି ବୁଝାଥଲେ । ଏହାସହ ବିଭିନ୍ନ ବିଭାଗର ଔଷଧ ଅଛି କି ନାହିଁ ବରିଷ୍ଠ ଅଧିକାରୀ ମାନଙ୍କଠାରୁ ପଚାରି ବୁଝିଥିଲ । ଏହି ଅନୁଧ୍ୟାନ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ , ଉପ ଜିଲ୍ଲାପଳ ସହ ଚିକିତ୍ସାଳୟର ଅଧ୍ୟକ୍ଷ ଉପସ୍ଥିତ ଥିଲେ ।


