ବାବା ସାହେବ ଆମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମନୋହରପୁର ନୋଡାଲ ବିଦ୍ୟାଳୟ ଠାରେ ବାବା ସାହେବ ଡ. ଆମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ଦଳିତ ସେବା ସଂଘର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଦଳିତ ମହାସଂଘର ଜିଲ୍ଲା ସଭାପତି ରାଜେନ୍ଦ୍ର ଜେନା, ଶିକ୍ଷାବିତ ଅଗଣି ଚରଣ ଜେନା, ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗଦାନ କରି ବାବା ସାହେବଙ୍କ ସ୍ମୃତିଚାରଣ କରିଥିଲେ । ସଂଗଠକ କିର୍ତ୍ତନ ଚରଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ଯ୍ୟକ୍ରମକୁ ଅଧ୍ୟାପକ ତରଣୀସେନ ଜେନା, ଉମାକାନ୍ତ ଜେନା, ରବିନ୍ଦ୍ର ଜେନା, ଧରଣୀଧର ଜେନା, ନିଗମାନନ୍ଦ ଜେନା, ବାବାଜୀ ଚରଣ ଜେନା, ସୁଜିତ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ