ବୁଗୁଡା ସବ-ଟ୍ରେଜେରୀର ନିଜସ୍ୱ କାର୍ୟ୍ୟାଳୟ ପାଇଁ ଭିତିପ୍ରସ୍ତର ସ୍ଥାପନ
ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ସବ-ଟ୍ରେଜେରୀର ନିଜସ୍ୱ କାର୍ୟ୍ୟାଳୟ ପାଇଁ ବୁଗୁଡା ଏନଏସି ଅନ୍ତର୍ଗତ ଷୋହଳ ମାଇଲ ଠାରେ ଭିତିପ୍ରସ୍ତର ସ୍ଥାପନ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି। ଓଡିଶା ବିଧାନସଭା ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ଦ୍ଵାରା ଭିତିପ୍ରସ୍ତର କାର୍ୟ୍ୟ ହେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହା ବାତିଲ ହେବା ଯୋଗୁଁ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଇଂଜିନିୟର ରମେଶ କୁମାର ଚୌଧୁରୀ, ଏନଏସିର ପୂର୍ବତନ ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପଢୀଙ୍କ ସମେତ ବହୁ ବ୍ୟକ୍ତି ଓ ସବ-ଟ୍ରେଜେରୀ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।ଏହି ପ୍ରକଳ୍ପ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହେବ ବୋଲି ଜଣାପଡିଛି।


