ବାରିପଦା ଠାରେ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଆଜି ପୂର୍ବାହ୍ନ ଏଗାର ଘଟିକା ସମୟ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଫେସିଲିଟେସନ ସେଣ୍ଟର ଠାରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଙ୍କ ସଭାପତିତ୍ବ ରେ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ପ୍ରାରମ୍ଭ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଭା ରେ ଯୋଗ ଦେଇଥିବା ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରିଥିଲେ. ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପ୍ରସ୍ତୁତି ବୈଠକ ର ଆଭିମୁଖ୍ୟ ସମ୍ଭନ୍ଧ ରେ ପ୍ରତିପାଦନ କରି ପୂର୍ଵ ତିନି ବର୍ଷ ଧରି କୋଭିଡ କଟକଣା ରେ ସ୍ୱାଧୀନତା ଦିବସ ପାଳନ ହୋଇଥିବା ବେଳେ ଚଳିତ ବର୍ଷ ୭୭ ତମ ସ୍ୱାଧୀନତା ଦିବସ ପୂର୍ଣ୍ଣାଙ୍ଗ ଭାବେ ପାଳିତ ହେବା ନେଇ ପ୍ରକାଶ କରିବା ସହିତ ଏହି ଜାତୀୟ ଦିବସ କୁ ଜିଲ୍ଲା ସ୍ତରରେ ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ ଢଙ୍ଗ ରେ ପାଳନ କରିବା ପାଇଁ ପ୍ରତ୍ୟେକଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ଯ୍ୟ, ଯଥା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ପ୍ରସ୍ତୁତି, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି,ଅଭିବାଦନ ମଞ୍ଚ ର ଉଭୟ ପାର୍ଶ୍ଵ ରେ ନିମନ୍ତ୍ରିତ ଅତିଥି ମାନଙ୍କ ବସିବା ପାଇଁ ଉତ୍ତମ ବ୍ୟବସ୍ଥା, ସହରାଞ୍ଚଳ କୁ ପରିଷ୍କାର ପରିଚ୍ଛନ୍ନ କରିବା , ପ୍ୟାରେଡ ପଡିଆ ଠାରେ ପାନୀୟ ଜଳ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ମୁକାବିଲା, ପ୍ୟାରେଡ ପରିଚାଳନା, ଅପାତକାଳୀନ ସ୍ୱାସ୍ଥ୍ୟ ସେବା, ରାମ ଧୁନ ପରିବେଷଣ, ଅତିଥି ମାନଙ୍କୁ ନିମନ୍ତ୍ରଣ ଓ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଥିବା ରୋଗୀ, ଗୋପବନ୍ଧୁ ବାଳାଶ୍ରମ ର ଅନ୍ତେବାସୀ ଓ ଭିନ୍ନକ୍ଷମ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ଫଳ ବିସ୍କୁଟ ବଣ୍ଟନ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭିନ୍ନ କମିଟି ଗଠନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବା ନେଇ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ଓ ଜିଲ୍ଲା ସ୍ତରୀୟ ଏହି ଜାତୀୟ ଦିବସ କୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ. ଅନୁଷ୍ଠିତ ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଶିକ୍ଷlନୁଷ୍ଠାନର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ନାଗରିକ,ଆଇନଜୀବୀ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ . ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୁରଭଞ୍ଜ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ଶ୍ରୀ ଶ୍ରୀକାନ୍ତ ବେହେରା, ଶ୍ରୀ ଶିବ ଶଙ୍କର ଦତ୍ତ, ଶ୍ରୀ ରାମେଶ୍ୱର ବେଶ୍ରା ଓ ଶ୍ରୀ ରବି ନାରାୟଣ ନାଏକ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ