ବାର୍ଥ ଡେ ଗାର୍ଲ ସାରା
ବଲିଉଡ ର ନବାଗତ ନାୟିକା ଭାବେ ନିଜର ପ୍ରଥମ ଫିଲ୍ମ ପରେ ଚର୍ଚ୍ଚା ରେ ରହିଛନ୍ତି ସାରା ଅଲ୍ଲି ଖାନ । ଆଜି ହେଉଛି ସାରା ଙ୍କ ୨୩ ତମ ଜନ୍ମଦିନ । ବଲିଉଡର ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍ ଓ ବିଗତ ଦିନର ନାୟିକା ଅମ୍ରିତା ସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନଙ୍କର ଡେବ୍ୟୁ ସିନେମା ‘କେଦାରନାଥ’ ଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିଥିଲେ ସୁଶାନ୍ତ ସିଂହ ରାଜପୁତ। ଏହି ଫିଲ୍ମରେ ଦର୍ଶକ ସାରା ଅଲ୍ଲୀ ଖାନଙ୍କୁ ପସନ୍ଦ ବି କରିଥିଲେ। ଏଣେ ସାରା ଅଲ୍ଲୀ ଖାନଙ୍କର ଦ୍ୱିତୀୟ ସିନେମା ‘ସିମ୍ବା’ ବି ରିଲିଜ୍ ହୋଇଥିଲା । ପରବର୍ତ୍ତୀ ଫିଲ୍ମ ରେ ସାରା ବରୁଣ ଧଓ୍ଵନ ଙ୍କ ସହ ଫିଲ୍ମ କୁଲି ନମ୍ବର ଓ୍ଵାନର ରେ ନଜର ଆସିବେ ।


