ବାର୍ଷିକକ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): କ୍ଷତ୍ରୀୟବରପୁର ରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟାରେ ୭୫ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥିରୁପେ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ଗୈାଡ, ମୁଖ୍ୟବକ୍ତା ଆଦର୍ଶ ବିଦ୍ୟାଳୟ ଅଧକ୍ଷ ସଦାଶିବ ପ୍ରଧାନ, ସମ୍ମାନିତ ଅତିଥି ତଥା ପରିଚାଳନା କମିଟି ଶିକ୍ଷକ ସୁନିତି କୁମାର ତ୍ରୀପାଠୀ , କ୍ରୀଡା ପତାକା ଉତ୍ତୋଳନ କରି ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।ବିଚାରକ ଭାବେ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର ରାଉତ , ଅନନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ ।


