ବାଲିଗାଡି ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି। ପ୍ରମୁଖ ଘାଟ ଗୁଡିକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇଥିଲେ ସୁଦ୍ଧା ଚୋରା ଚାଲାଣ କିନ୍ତୁ ବନ୍ଦ ହେବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭଣ୍ଡାରିପୋଖରୀ ଥାନା ନୂତନ ଅଧିକାରୀ ଭାବେ ଯୋଗଦେଇଥିବା ଅମିତାଭ ଦାସ ଉକ୍ତ ଘଟଣାକୁ ଗୁରୁତର ସହିତ ନେଇଥିବା ବେଳେ ଗତ ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ବାଲି ଗାଡିକୁ ଜବତ କରିଛନ୍ତି। ଶ୍ରୀ ଦାସ ସହ ଅଧିକାରୀ ଓ କର୍ମଚାରୀଙ୍କ ଜରିଆରେ ଛତାବର, ମଣିନାଥପୁର ଓ ଜାତୀୟ ରାଜପଥ ଉପରୁ ପ୍ରାୟ ତିନି ଗୋଟି ବାଲି ଗାଡି ଜବତ କରିଛନ୍ତି। ସେହିଭଳି ତହସିଲଦାର ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରୁ ବାଲି ଗାଡି ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ