ଦୁଇ ଧର୍ମପରାୟଣଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସଦର ଦକ୍ଷିଣବାଡ଼ ଗ୍ରାମର ଧର୍ମପରାୟଣା ତଥା ସାମ୍ବାଦିକ ନିତ୍ୟାନନ୍ଦ ଜେନା ଙ୍କ ମା ମୈାନାବତୀ ଜେନା (୯୫)ଙ୍କର ଆଜି ପରଲୋକ ହୋଇଯାଇଛି।ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ କାରଣରୁ ଶଯ୍ୟାଶାୟୀ ଥିବାରୁ ଆଜି ଦିନ ପ୍ରାୟ ୯ଟା ବେଳେ ଇହଲୀଳା ସମ୍ବରଣ କରିଥିଲେ। ମୃତ୍ୟୁ ଖବର ପାଇ ସମାଜ ସେବୀ ସୁବ୍ରତ ଦାସ, ଶଶିକାନ୍ତ ଜେନା, ରଜନୀକାନ୍ତ ଚନ୍ଦ, ସତ୍ୟାନନ୍ଦ ମହାପାତ୍ର,ସ୍ଥାନୀୟ ସରପଞ୍ଚ ବିଜୟ ଶଙ୍କର ମହାନ୍ତି,ତରଣୀସେନ ଜେନା, ସନ୍ତୋଷ କୁମାର ସାହୁ, ସାମ୍ବାଦିକ ଧୃଵଚରଣ ବାରିକ, ଶ୍ୟାମସୁନ୍ଦର ମହାପାତ୍ର, ଅନାଦି ଚରଣ ସାହୁ, ଦୁର୍ଯୋଧନ ଲେଙ୍କା, ସତ୍ୟବ୍ରତ ପ୍ରଧାନ, ବିକାଶ ବେହେରା ପ୍ରମୁଖ ଦକ୍ଷିଣବାଡ଼ ସ୍ଥିତ ବାସଭବନରେ ପହଞ୍ଚି ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହାଛଡା ପ୍ରେସ କ୍ଲବର ସଭ୍ୟ ମାନେ ମଧ୍ୟ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ସେହିଭଳି ରହଣିଆ ପଂଚାୟତ ରାଢୋ ଗ୍ରାମର ମେଳାପି ତଥା ବିଭିନ୍ନ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ର କର୍ଣ୍ଣଧାର ଗିରିଧାରୀ ସାମଲ(୬୩)ଙ୍କର ପରଲୋକ ଘଟିଛି। ତାଙ୍କର ଆକସ୍ମିକ ମୃତ୍ୟୁରେ ଗାଁ ରେ ଶୋକ ଖେଳିଯାଇଥିବା ବେଳେ ରାଢୋ ବଜାର ଗୋଟେ ଦିନ ପାଇଁ ବନ୍ଦ ରହିଥିଲା। ସ୍ବର୍ଗତ ସାମଲ ରାଢୋ ବଜାରର ପୂଜା କମିଟି ଓ ସ୍ଥାନୀୟ ସାମଲ ସାହି କୀର୍ତ୍ତନ ମଣ୍ଡଳୀର ପ୍ରମୁଖ କର୍ଣ୍ଣଧାର ଥିଲେ। ଏହା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ସଂଗେ ସେ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ମୃତ୍ୟୁ ଖବର ପାଇ ସମାଜସେବୀ ବଦ୍ରିନାରାୟଣ ଧଳ, ବିରେନ୍ଦ୍ର ନାୟକ, ଚୈତନ୍ୟ ନାୟକ, ନିରଞ୍ଜନ କୁଅଁର, ପ୍ରଫୁଲ୍ଲ ବେହୁରିଆ ପ୍ରମୁଖ ବାସଭବନରେ ପହଂଚି ପାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ