ବାଲିଗୁଡା ଏନଏସିରେ ମତଦାନ ହାର ୬୯.୦୭ % : ଶାନ୍ତି ଶୃଙ୍ଖଳା ସହ ସମାପନ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର ୧୩ ଗୋଟି ୱାର୍ଡର ୧୭ ଟି ମତଦାନ କେନ୍ଦ୍ରରେ ଜଣେଅଧ୍ୟକ୍ଷ ଏବଂ ୧୩ ଟି କାଉନସିଲର  ପଦବୀ ପାଇଁ ଗୁରୁବାର ସକାଳ ୮ଟାରୁ ୫ଘଟିକା ମଧ୍ୟରେ ମତଦାନ ପ୍ରକ୍ରିୟା ଶୃଙ୍ଖଳାର ସହ ଶେଷ ହୋଇଛି।ସୂଚନା ଅନୁଯାୟୀ, ବାଲିଗୁଡା ଏନଏସିର ଗୋଟିଏ ଅଧ୍ୟକ୍ଷ ପଦବୀ ପାଇଁ ତିନି ଜଣ ପ୍ରାର୍ଥି ଏବଂ ୧୩ ଟି କାଉନସିଲର  ପଦବୀ ପାଇଁ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରିଛନ୍ତି। ସମସ୍ତ ୧୭ ଗୋଟି କେନ୍ଦ୍ରରେ ଧାଡିରେ ଶୃଙ୍ଖଳାର ସହିତ ମତଦାନ ହୋଇଥିବା ଦେଖିବାକୁ ମିଳିଛି। ଭୋଟରମାନେ ଏଥର ଉତ୍ସାହର ସହ ପ୍ରଥମ ଥର ପାଇଁ ଏକା ଥରକେ ଦୁଇଟି ଇଭିଏମ୍ ମେସିନ ରେ  ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତଦାନ କରିଛନ୍ତି। ସ୍ଥାନୀୟ  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପିଙ୍କ୍‍ ବୁଥ ସଞ୍ଚାଳିତ ହୋଇଥିଲା। ସୂଚନା ଅନୁଯାୟୀ, ଅପରାହ୍ନ ୫ଘଟିକା ସୁଦ୍ଧା ସମସ୍ତ ୧୭ ଗୋଟି କେନ୍ଦ୍ରରେ ମୋଟ ୫୦୭୬ଜଣ ପୁରୁଷ ଏବଂ ୫୦୭୯ଜଣ ମହିଳାଙ୍କୁ ମିଶାଇ ସର୍ବମୋଟ ୧୦ହଜାର ୧୫୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ବାଲିଗୁଡା ଏନଏସିରେ ମତଦାନ ହାର ୬୯.୦୭% ରହିଛି। ସମସ୍ତ ଉତ୍ତେଜନା ଓ ଅତି ଉତ୍ତେଜନାପୂର୍ଣ୍ଣ କେନ୍ଦ୍ରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ବେଳେ  ସେକ୍ଟର ଅଫିସର ପ୍ରତି ୨ଘଣ୍ଟା ଅନ୍ତରରେ ମତଦାନର ସ୍ଥିତି ଅନୁଧ୍ୟାନ କରିଥିଲେ। ନିର୍ବାଚନ ଅଧିକାରୀ ତଥା ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ବାଚନ କାର୍ଯ୍ୟ ସଞ୍ଚାଳିତ ହୋଇଥିଲା। ୫ଟା ପରେ କଡା ସୁରକ୍ଷା ମଧ୍ୟରେ ପୁଲିଂ ପାର୍ଟି ସ୍ଥାନୀୟ  ଷ୍ଟ୍ରଙ୍ଗରୁମ୍‍ ନିକଟରେ ପହଞ୍ଚି ଇଭିଏମ୍‍ ମେସିନ ସହ ସମସ୍ତ ସରଞ୍ଜାମ ପୈଠ କରିଛନ୍ତି।ଗୋଟିଏ ଅଧ୍ୟକ୍ଷ ପଦ ଓ ୧୩ ଟି କାଉନସିଲର ପ୍ରାର୍ଥିଙ୍କ ଭାଗ୍ୟ ମୁଦ ରହିଥିବା ଜଣାପଡିଛି। ଆସନ୍ତା ୨୬ତାରିଖ ଦିନ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ