ବାଲିଗୁଡା ଜଗନ୍ନାଥ ମନ୍ଦିରର ପରିଚାଳନା ଟ୍ରଷ୍ଟି ମୁଖ୍ୟପରିଚାଳକ ହେଲେ ଟି ଶ୍ରିନିବାସ ରାଓ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଦେବତର ବିଭାଗ ଦ୍ୱାରା ନୁତନ ଭାବେ ଗଠନ ହୋଇଥିବା ବାଲିଗୁଡା ଜଗନ୍ନାଥ ମନ୍ଦିର ପରିଚାଲନା ସମିତି(ଟ୍ରଷ୍ଟି) ମୁଖ୍ୟ ଭାବେ ଟିଶ୍ରିନବାସ ରାଓ ନିର୍ବାଚିତ ହୋଇଛନ୍ତି । ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଗନ୍ନାଥ ମନ୍ଦିରର ପରିଚାଳନା ସମିତି ମୁଖ୍ୟ ପରିଚାଳକ ନିମନ୍ତେ ଏକ ବୈଠକ ସହ ନିର୍ବାଚନ ପକ୍ରିୟା ହୋଇଥିଲା ।ଏଥିରେ ଦୁଇଜଣ ପରିଚାଳନା ସମିତିର ମୁଖ୍ୟ ପରିଚାଳକ ନିମନ୍ତେ ପ୍ରସ୍ତାବକ ହୋଇଥିଲେ । ଏଥିରେ ଟିଶ୍ରୀନବାସ ରାଓ ଓ ମଧୁସୁଦନ ଦାସ ଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା । ଏଥିରେ ଶ୍ରୀ ରାଓ ୪ଖଣ୍ଡଭୋଟ ପାଇଥିବା ବେଳେ ମଧୁସୁଦନ ଦାସ ତିନିଖଣ୍ଡ ଭୋଟ ପାଇଥିଲେ । ମନ୍ଦିର ପରିଚାଳନା ସମିତିର ୭ ଜଣ ସଭ୍ୟ ଯଥା ଉପଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ଆଇଆଇସି ବାବା ଶଙ୍କର ସରାଫ, ଟିଶ୍ରୀନିବାସ ରାଓ, ମଧୁସୁଦନ ଦାସ, ଲୋକନାଥ ପାଢୀ, ଜିବନାନନ୍ଦ ମହାରଣା ଓ ଲଳିତ ପାତ୍ର ସଭ୍ୟ ଅଛନ୍ତି ଓ ଏହି ସାତଜଣ ଟ୍ରଷ୍ଟି ବା ପରିଚାଳନା ସମିତି ର ମୁଖ୍ୟ ପରିଚାଳକଙ୍କୁ ନିର୍ବାଚିତ କରିଛନ୍ତି । ନୁତନ ଭାବେ ନିର୍ବାଚିତ ହୋଇଥିବା ମୁଖ୍ୟ ପରିଚାଳକ ଟି ଶ୍ରୀନିବାସ ରାଓ ଙ୍କୁ ବିଭିନ୍ନ ମହଲରୁ ଶୁଭେଛାବାର୍ତା ର ଶୁଅଛୁଟିଛି ଓ ସେ କହିଛନ୍ତି ମନ୍ଦିରର ଉନ୍ନତି ଯାତନିତି ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।


