୫ଟିରେ ସାମିଲ ହେଲା ବାରିକପୁର ବିଦ୍ୟାଳୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଉଚ୍ଚ ବିଦ୍ୟାଳୟ ଆଜି ବିଧିବଦ୍ଧ ଭାବେ ୫ଟିରେ ସାମିଲ ହୋଇଛି । ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ଯୋଜନାରେ ବିଭିନ୍ନ ଅତ୍ୟାଧୁନିକ ଶୈଳୀରେ ଉନ୍ନୟନ ମୂଳକ କାର୍ଯ୍ୟ ସମାପନ ହେବା ପରେ ପ୍ରଶାସନ ପକ୍ଷରୁ ଡକୁମେଣ୍ଟେସନରେ ସାମିଲ ହୋଇଛି। ବିଦ୍ୟାଳୟର ଅତ୍ୟାଧୁନିକ ବିଜ୍ଞାନଗାରା, ସ୍ମାର୍ଟ କ୍ଲାସ ରୁମ, ଖେଳ ପଡ଼ିଆ, ଇ ଲାଇବ୍ରେରୀ ସହିତ ସ୍ୱଚ୍ଛତା ଭିତ୍ତିକ କାର୍ଯ୍ୟ ହୋଇଥିବା ବେଳେ ଆଜି ଏହାକୁ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଲୋକାର୍ପିତ କରିଛନ୍ତି । ଆୟୋଜିତ ଡକୁମେଣ୍ଟେସନ କାର୍ଯ୍ୟକ୍ରମରେ ବିଡ଼ିଓ ଦେବଦତ୍ତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ହୃଦାନନ୍ଦ ଜେନା, ସ୍ବର୍ଣ୍ଣମୟୀ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମଲ୍ଲିକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ରାଉତରାୟ, ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଜ୍ଞାନଗାରାରେ ପ୍ରଶିକ୍ଷଣ ଓ ଅତ୍ୟାଧୁନିକ ବିଦ୍ୟାଳୟ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।


