ବାଲି ଚୋରାଚାଲାଣ କରୁଥିବା ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଥାନା ଅଧିନସ୍ଥ ଲତାହରଣ ଠାରୁ ଅମୂଣିହାଁପାଟଣାକୁ ବେଆଇନ ଭାବେ ବାଲି ଚୋରାଚାଲାଣ କରିନେଉଥିବା ଏକ ଟ୍ରାକ୍ଟର କୁ କାକଟପୁର ଥାନା ପୋଲିସ ଜବତ କରିଥିବା ବେଳେ ଏହାର ଡ୍ରାଇଭର କେଦାର ବେହେରା ଙ୍କୁ ଗିରଫ କରିଛି। ଖବର ନେବାରେ ଜଣାପଡିଛି କାକଟପୁର ଅଞ୍ଚଳରେ କେତେକ ଟ୍ରାକ୍ଟର ପ୍ରଶାସନିକ ଅଧିକାରୀଙ୍କୁ ଚୂନ ଲଗାଇ ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘଦିନ ଧରି ମାଟି, ବାଲି ବେଆଇନ ଭାବେ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଆସୁଥିବାବେଳେ ପୋଲିସ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିଲା l ଏ ସଂକ୍ରାନ୍ତ ରେ କାକଟପୁର ଥାନା ରେ ଦଫା ୩୭୯/ ୪୧୧/୩୪ଆଇ ପି ସି ଓ ୨୧ ଏମ ଏମ ଡି ଆର ଆକ୍ଟ ରେ ଏକ ମାମଲା(କେସ ନଂ୨୧୧/୨୨) ରୁଜୁ ହୋଇଥିବା କହିଛନ୍ତି ଥାନା ଆଇ ଆଇ ସି ପ୍ରିୟ ରଞ୍ଜନ ନାୟକ ।


