ଶ୍ୟାମାକାଳୀଙ୍କ ପୀଠରେ କାଳୀ ପୂଜା ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମନ୍ଦିର ନିକଟସ୍ଥ ଶ୍ୟାମାକାଳୀ ମନ୍ଦିରରେ କାଳୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ଗତ ସୋମବାର କାଳୀ ପୂଜା ଅବସରରେ ଶ୍ୟାମାକାଳୀଙ୍କୁ ସ୍ନାନ, ମାର୍ଜଣା ଓ ବେଶ କରାଯାଇ ବଲ୍ଳଭ ଭୋଗ ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲିଥିଲା l ଦିନର ନୀତିକାନ୍ତି ପରେ ସନ୍ଧ୍ୟାରୁ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ହୋମ, ଯଂଜ୍ଞ, ସନ୍ଧିପୂଜା ଓ ବହିବୋଲା କାର୍ଯ୍ୟ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା l ମା ଶ୍ୟାମାକାଳୀଙ୍କ ତତ୍ୱାବଧାରକ ରବୀନ୍ଦ୍ରନାଥ ଦୀକ୍ଷିତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ହୋଇଥିଲା l ଅପରପକ୍ଷରେ କାକଟପୁର ର ବଲରା ସ୍ଥିତ ବଂଶୀଧର ସ୍ୱାଇଁଙ୍କ ବ୍ୟବସାୟିକ ଅନୁଷ୍ଠାନ, ବ୍ଲକ ଛକ ଓ ଧର୍ମଶାଳା ଠାରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ୱାରା ମୁଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜାର୍ଚନା କରାଯାଇଥିଲା l ମୁଣ୍ମୟୀ ପୀଠ ଗୁଡିକରେ ଆକର୍ଷଣୀୟ ତ୍ୱରଣ ସାଙ୍ଗକୁ ଆଲୋକମାଳା ଓ ଆତସବାଦୀରେ ପୀଠ ଗୁଡିକ ପ୍ରକମ୍ପିତ ହୋଇଥିବାବେଳେ କାଳୀପୂଜାକୁ ଅନୁଷ୍ଠାନ ପକ୍ଷରୁ ଧୂମଧାମରେ ପାଳନ କରାଯାଇଥିଲା l


