ବାଲେଶ୍ୱର ଆଇନ ମହାବିଦ୍ୟାଳୟରେ ପ୍ରଥମ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘ ୪୦ ବର୍ଷ ପରେ ପ୍ରଥମଥର ପାଇଁ ବାଲେଶ୍ୱର ଆଇନ ମହାବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ତଥା ପ୍ରାକ୍ତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ଏହିଭଳି ଶିବିର ଆୟୋଜନ ଜିଲାରେ ରକ୍ତର ଅଭାବ ପୂରଣରେ ବେଶ ସହାୟକ ହୋଇପାରିଛି ବୋଲି ସେ କହିଥିଲେ । ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ନିୟମିତ ବ୍ୟବଧାନରେ ଏହିଭଳି ଶିବିର ଆୟୋଜନ ପାଇଁ ଇଂ. ଜେନା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ପରାମର୍ଶ ଦେଇଥିଲେ । ଆଇନ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଦସ୍ୟ ନିକୁଞ୍ଜ ବିହାରୀ ଦାସ, ପ୍ରଫେସର ଶତ୍ରୁଘ୍ନ ମଲିକ, ‘ସମାଜ’ ଉତ୍ତର ଓଡ଼ିଶା ସାଂସ୍କରଣ ମୁଖ୍ୟ ମଧୁସୂଦନ ଦାସ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ରାଜଲକ୍ଷ୍ମୀ ଯତି, ଅଧ୍ୟାପକ ଡ. ସନ୍ତୋଷ କୁମାର ରଥ, ଜୟନ୍ତ କୁମାର ପାଇକରାୟ, ସମ୍ରାଟ କେଶରୀ ଉଦୟସିଂହ, ଅଧ୍ୟାପକ ଅବିନାଶ ନୃସିଂହ, ସାଇନା ସନ୍ତୋଷ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଶିବିର ପରିଚାଳନାରେ ବିଶେଷ ପଦକ୍ଷେପ ନେଇଥିଲେ । ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଟେକ୍ନିସିଆନ ସୁଚିସ୍ମିତା ଦାସ, ଅକ୍ଷୟ କୁମାର ଜେନା, ଜ୍ୟୋତିଷ ପ୍ରଧାନ, ଅଜୟ କୁମାର ମହାପାତ୍ର, ବିଦ୍ୟାଧର ସାହୁ ପ୍ରମୁଖ ରକ୍ତଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ବରିଷ୍ଠ ଅଧ୍ୟାପକ ଡ. ସର୍ବେଶ୍ୱର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ଶେଷ ସୁଦ୍ଧା ମୋଟ ୧୦୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଦୀର୍ଘବର୍ଷ ପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ଆୟୋଜିତ ଏହି ଶିବିରର ସଫଳତାକୁ ନେଇ ପରିଚାଳନା ପରିଷଦ ସନ୍ତୋଷ ପ୍ରକାଶ ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ