ବାହାର ରାଜ୍ୟର ବିନା କାର୍ଡ ଧାରୀ ଶ୍ରମିକଙ୍କୁ ସମାଜସେବୀ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ଉଦାରମନା ଦୃଷ୍ଟି ଏବଂ ନିଃସ୍ବାର୍ଥପର ମନୋଭାବ ନେଇ ମୟୁରଭଞ୍ଜ ଭିଟାମାଟିରେ ଜନ୍ମିତ ଭୁବନେଶ୍ବରର ପଟିଆରେ ବାସ କରୁଥିବା ବିଜୁ ଜନତା ଦଳର ବରିଷ୍ଠ ସକ୍ରିୟ ରାଜନେତା ତଥା ସମାଜସେବୀ ଶ୍ରୀଯୁକ୍ତ ଗୋପାଲ ଚନ୍ଦ୍ର ବେଶ୍ରା ପଟିଆ ସ୍ଥିତ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ସାରା ବିଶ୍ବରେ କାୟା ବିସ୍ତାର କରିଥିବା କରନା ପାଇଁ ତାଲା ବନ୍ଦୀ ହୋଇ ରହିଥିବା ଗରିବ ଶ୍ରମିକ ମାନଙ୍କୁ ସାହାର୍ଯ୍ୟ ର ହାତ ବଢାଇ ଜଣେ ସାଧୁବାଦ ବା ହୃଦୟବାନ ମଣିଷର ପରିଚୟ ସୃଷ୍ଟି କରିଛନ୍ତି । ସମାଜସେବୀ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେଶ୍ରା ତାଙ୍କ ନିଜସ୍ବ ଅର୍ଥରୁ ସ୍ବଇଚ୍ଛାରେ ସେବାର ମନୋବୃତ୍ତି ନେଇ ନିଷ୍ଠାର ସହିତ ସୁଦୂର ଝାରଖଣ୍ତ ଏବଂ ବିହାରରୁ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଛୁଟି ଆସିଥିବା ବିନା କାର୍ଡ ଧାରୀ ଗରିବ ଦିନ ମଜୁରିଆ ଶ୍ରମିକ ମାନଙ୍କୁ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ ପ୍ରତ୍ୟେକ ଗରିବଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ।ଏହି ଦାରୁଣ ଦୁଃଖ ସମୟରେ ସେବା ଭଳି ମହତ୍ କାର୍ଯ୍ୟ କରିବାକୁ ସମାଜସେବୀ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେଶ୍ରା ସମେତ୍ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଦୁଲାରୀ ବେଶ୍ରା ବିନା ଦ୍ବିଧାରେ ସାହାର୍ଯ୍ୟ ଏବଂ ସହଯୋଗର ହାତ ବଢାଇ ଥିଲେ ।କରନା ଭଳି ଭୟଙ୍କର ମହାମାରୀରେ ତାଲା ବନ୍ଦୀ ପାଇଁ ପରିବାର ଠାରୁ ବିଚ୍ଛିନ୍ନ ହୋଇ ପଡି ଥିବା ଏହି ଗରିବ ଅସହାୟ ଦିନ ମଜୁରିଆ ଶ୍ରମିକ ମାନଙ୍କ ଜଟିଳ ପରିସ୍ଥିତିରେ ସମସ୍ତଙ୍କ ଦୁଃଖରେ ସମଭଗୀ ଏବଂ ସୁଖରେ ସମ ଅନୁଭବି ହେବା ସଂଗେ ସଂଗେ ପୁଣି ଆଗାମି ଦିନରେ ସହାନୁଭୂତିର ମନୋଭାବ ନେଇ ସେମାନଙ୍କ ପାଇଁ ସାହାର୍ଯ୍ୟ ଓ ସହଯୋଗର ହାତ ବଢାଇବେ ବୋଲି ତାଙ୍କ ସହିତ ତାଙ୍କ ସପରିବାର ପ୍ରତିଶ୍ରୁତି ଦେଇଥିଲେ ।ସମାଜସେବୀ ଶ୍ରୀଯୁକ୍ତ ଗୋପାଲ ଚନ୍ଦ୍ର ବେଶ୍ରା ସମାଜ କହିଲେ କେବଳ ମଣିଷ ଜାତିକୁ ବୁଝନ୍ତି ନାହିଁ ।ସୃଷ୍ଟିର ଯେ କୌଣସି ଜୀବ ଜନ୍ତୁଙ୍କ ଦୁଃଖ ଦେଖିଲେ ତାଙ୍କର କମଳ ହୃଦୟ ବିଳପି ଉଠେ ।ସେଇଥି ପାଇଁ ତ ତାଲା ବନ୍ଦୀର ପ୍ରତ୍ୟେକଟି ଦିନ ଆହାର ପାଇଁ ଛଟ ପଟ ହେଉଥିବା ବାର ବୁଲା ପଶୁ ପକ୍ଷୀ ମାନଙ୍କୁ ଆହାର ଯୋଗାଇ ତାଙ୍କ କମଳ ହୃଦୟରେ ମାନବିକତାର ବୀଜ ଅଙ୍କୁରିତ କରିଛନ୍ତି ।ଜୀବନର ଆଦ୍ୟ ଲଗ୍ନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୟର ପ୍ରତ୍ୟେକଟି ମୂହୂର୍ତ୍ତ ଓଡିଶାର କୋଣ ଅନୁକୋଣରେ ଥିବା ଗାଁ ଗହଳିର ଅପହଞ୍ଚ ଇଲାକାର ଗରିବ ପିଲା ମାନଙ୍କୁ ପାଠ ପଢା ହେଉ କିମ୍ବା ସେମାନଙ୍କ ମାର୍ଗ ଦର୍ଶନର ସହାୟତା ହେଉ,ଏଥି ପ୍ରତି କର୍ତ୍ତବ୍ୟ କରିବାରେ କେବେ ହେଲେ ଅବହେଳା କରି ନାହାଁନ୍ତି ।ଜୀବନର ପ୍ରତ୍ୟେକଟି ସୋପାନ ଅର୍ଥାତ୍ ଛାତ୍ର ଜୀବନ ହେଉ କିମ୍ବା ଚାକିରୀ ଜୀବନ ଅଥବା ଅବସର କାଳୀନ ଜୀବନ,ସବୁବେଳେ ଲୋକଙ୍କ ସେବାରେ ଅଛନ୍ତି ।ସମାଜସେବୀ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେଶ୍ରା ଆଦିବାସୀ ମାନଙ୍କ ମଗଜ ଭଣ୍ତାରରେ ଲିପି ବଦ୍ଧ ହୋଇଥିବା ଅନ୍ଧ ବିଶ୍ବାସକୁ ଦୂର କରି ସେମାନଙ୍କ ପିଲା ଛୁଆଙ୍କୁ ଉଚ୍ଚ ଶିକ୍ଷିତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ କିପରି ସୁନାମଧନ୍ୟ ସୁନାଗରିକ ହେବେ,ଜୀବନ କାଳ ଭିତରେ ରାଜ୍ୟର କୋଣ ଅନୁକୋଣ ଯାଇ ସେଥିପ୍ରତି ସଚେତନତାର ବାର୍ତ୍ତା ପହଞ୍ଚାଇ ଛନ୍ତି ।କାରଣ ସେ ସବୁବେଳେ ଗୋଟିଏ କଥା କହି ଥା’ନ୍ତି,”ଶିକ୍ଷା ହିଁ ସମାଜକୁ ଅନ୍ଧ ବିଶ୍ବାସରୁ ଦୂର କରି ହେବ ।”ଶେଷରେ ଜୀବନର ଅନ୍ତିମ ଲଗ୍ନ ଥିବା ପର୍ଯ୍ୟନ୍ତ ସମାଜ ପ୍ରତି ସେବା ମନୋବୃତ୍ତି ଭଳି ମହତ୍ କାର୍ଯ୍ୟ ବଜାୟ ରଖିବେ ଏବଂ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିବାକୁ ପ୍ରତିଶ୍ରୁତି ବଦ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ