ସଟଡ଼ାଉନ ଘୋଷଣା କଲେ ସୁନପୁର ସରପଞ୍ଚ

ଚିକିଟିରୁ କୁରେଶୁଙ୍କ ରିପୋର୍ଟ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ସୁନପୁର ପଞ୍ଚାୟତ ରେ ୪ ଜଣ କରନା ପଜିଟିଭ ଚିନ୍ହଟ ହେବାପରେସଂକ୍ରମଣ ଆଶଙ୍କାରେ ସରପଞ୍ଚ ଏମ.ମଞ୍ଜୁଳା ବେହେରା ସୁନପୁର ଗ୍ରାମକୁ ଆସନ୍ତା କାଲି ଠାରୁ ସାତ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି।ଏହି ସମୟରେ ଲୋକଙ୍କୁ କିପରି ଅତିଆଵଶ୍ୟକ ସାମଗ୍ରୀ ଓ ସେବା ମିଳିପାରିବ ଏ ନେଇ ପ୍ରଶାସନ କୁ ଜଣାଇଛନ୍ତି।ବିନା କାରଣ ରେ କେହି ଘରୁ ନବହାରିବା ସହ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ନ ଖୋଲିବା ଲାଗି ଜଣେଇଛନ୍ତି। ଏହି ଘୋଷଣା ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପ ଜିଲ୍ଲାପାଳ, ଚିକିଟି ତହସିଲଦାର, ବି ଡ଼ି ଓ, ଗୋଳନ୍ଥରା ଥାନା ଅଧିକାରୀ, ମେରାଇନ ଥାନା ଅଧିକାରୀ ଙ୍କୁ ପଦକ୍ଷେପ ନେବାପାଇଁ ଅବଗତ କରାଇ ଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ