ବିକାଶ ପରିଷଦ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
ପାରାଦୀପ:ପାରାଦୀପ ପୌର ପରିଷଦର ୪ନଂ ଓ୍ବାର୍ଡ ଅନ୍ତର୍ଗତ ଭିତରଗଡ ବିକାଶ ପରିଷଦ ପକ୍ଷରୁ ଲକ୍ ଡାଉନ ସମୟରେ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଅଛି। ପ୍ରାୟ ୮୦ ଜଣ ସଦସ୍ୟ ନିଜସ୍ୱ ସଂଗୃହୀତ ଅର୍ଥରେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳ ଭୁତମୁଣ୍ଡି ଠାରୁ ପାରାଦୀପ ଅଠର ବାଙ୍କି ପର୍ଯ୍ୟନ୍ତ ବିଭିନ୍ନ ବୁଦ୍ଧାଶ୍ରମ,କୁଷ୍ଠାଶ୍ରମ, ଠିକା ଶ୍ରମିକ,ରାସ୍ତା କଡରେ ବୁଲୁଥିବା ଅସହାୟ , ଭିନ୍ନକ୍ଷମ, ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କୁ ଦିର୍ଘ ୧୨ ଦିନ ଧରି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଅଛି। ଏହା ଆସନ୍ତା ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଭିତରଗଡ ବିକାଶ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ବିକାଶ ପରିଷଦ ସଦସ୍ୟଙ୍କ ଏହି ଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଅଛି।


