ବିଚ୍ଛନ୍ଦ ଟ୍ରଷ୍ଟ ତରଫରୁ ବିଶ୍ୱ ବ୍ରେଲ୍ ଦିବସ ପାଳିତ

ଭୁବନେଶ୍ୱର, : ବ୍ରେଲ୍ ଲିପିର ଉଦ୍ଭାବକ ଲୁଇବ୍ରେଲ୍‌ଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବରେ ପାଳନ କରିଛି ସାମାଜିକ ସଂଗଠନ ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲ୍‌ଫେୟାର । ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ଦ୍ଧବିହାରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାଶ ଯୋଗ ଦେଇଥିଲା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ ବେହେରା, ଶାନ୍ତିଧାମ୍ ଫାଉଣ୍ଡେସନର ଚେୟାରମ୍ୟାନ ସୌଭାଗ୍ୟ ରାଉତରାୟ, ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଅଜୟ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ ଲୁଇ ବ୍ରେଲ୍‌ଙ୍କ ଅବଦାନକୁ ଅତିଥିମାନେ ମନେ ପକାଇବା ସହ ବିଦ୍ୟା ଅଧ୍ୟୟନ ପାଇଁ ଯେଉଁ ଛଅବିନ୍ଦୁକୁ ନେଇ ବ୍ରେଲ୍ ଲିପି ଉଦ୍ଭାବନ କରିଥିଲେ ତାହା ଅବିସ୍ମରଣୀୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଉତ୍କଳ ଦୃଷ୍ଟିହୀନ ସଂଘର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିନୋଦ ବିହାରୀ ସାହୁଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଏକଶହ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲ୍‌ଫେୟାରର ଅଧ୍ୟକ୍ଷ ପ୍ରକାଶ କୁମାର ମହାପାତ୍ର ସଂଯୋଜନା କରିଥିଲେ । ସାମାଜିକ କର୍ମୀ ତ୍ରିଲୋଚନ ବେଉରା ଓ ଜିତେନ୍ଦ୍ର ରାଉତରାୟ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ