ରାଇରଙ୍ଗପୁର ବ୍ଲକ କୃଷି କାର୍ଯ୍ୟାଳୟ ତରଫରୁ କୃଷି ସଚେତନତା ରଥ ଶୁଭାରମ୍ଭ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କୃଷକ ମାନଙ୍କୁ ଶସକ୍ତକରଣ ପାଇଁ ସରକାର ମାଳମାଳ ଯୋଜନା ଓ ଆର୍ଥିକ ସହାୟତା ପ୍ରଣୟନ କରିଛନ୍ତି । ରାଇରଙ୍ଗପୁର ବ୍ଲକ୍ କୃଷି କାର୍ଯ୍ୟାଳୟ ଆନୁକୁଲ୍ୟରେ ଆଜି ଗ୍ରାମାଞ୍ଚଳରେ କୃଷକମାନଙ୍କୁ ସଚେତନତା କରାଇବା ପାଇଁ କୃଷିରଥର ଶୁଭାରମ୍ଭ କରିଛନ୍ତି ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରୀ କିଷୁନ ମୁର୍ମୁ । ସେ କୃଷି ରଥକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।ଏହି କୃଷି ରଥକୁ ରାଇରଙ୍ଗପୁର ବ୍ଲକର ସମସ୍ତ ଗ୍ରାମକୁ ୭ଦିନ ଧରି ପରିକ୍ରମଣ କରିବା ସହ ଲୋକମାନଙ୍କୁ କୃଷି ସମ୍ବନ୍ଧୀୟ ସୂଚନା ପତ୍ର ବଣ୍ଟନ,ଡ଼ାକବାଜି ଦ୍ୱାରା କୃଷି ସଚେତନତା ବାର୍ତା ଜଣାଯିବ ବୋଲି ରାଇରଙ୍ଗପୁର ବ୍ଲକର ସହକାରୀ କୃଷି ଅଧିକାରୀ ବିଶ୍ୱଜିତ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତେକ ପଞ୍ଚାୟତର କୃଷି କର୍ମଚାରୀ ଏବଂ କୃଷକ ସାଥୀ ସାମିଲ ହୋଇ ଲୋକମାନଙ୍କୁ ସଚେତନ ବାର୍ତ୍ତା ଜଣାଇବେ । କୃଷି ସଚେତନତା ରଥ ଶୁଭାରମ୍ଭରେ କୃଷି ଅଧିଦର୍ଶକ ମକରଚାନ୍ଦ ମହାନ୍ତ,ବିଟିଏମ ସ୍ମିତା ମହାନ୍ତ ଏବଂ ବ୍ଲକର ସମସ୍ତ କୃଷି କର୍ମଚାରୀ ସାମିଲ ହୋଇଥିଲେ ।


