ବିଜୁବାବୁ ଓ ରାଧାନାଥ ରାୟଙ୍କ ଶ୍ରାଦ୍ଧ ଦିବସ ପାଳନ କଲା ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନବ ଉତ୍କଳର ବିଶ୍ୱକର୍ମା, ଅଦ୍ୱିତୀୟ ଜନନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପବିତ୍ର ପୂଣ୍ୟତିଥିରେ ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଜୟଦେବ ବିହାରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ, ସଂଯୋଜକ ପ୍ରବୀର ମହାନ୍ତି, ବରିଷ୍ଠ ସଦସ୍ୟ ଦେବରାଜ ସେନାପତି, ସତ୍ୟବ୍ରତ ଜେନା, ଲକ୍ଷ୍ମୀଧର ବେହେରା, ମନୋରଞ୍ଜନ ନାୟକ ଓ କରନ ଦୁର୍ଗା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିପରି କବିବର ରାଧାନାଥ ରାୟଙ୍କ ପବିତ୍ର ପୂଣ୍ୟତିଥିରେ ପିଏମ୍ଜି ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।


