“ବିଜୁ ଅଜା”ଙ୍କ ସହିତ ଆଳାପ ପାହାଡ଼ ଭଳି ହୃଦୟ
ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ
ପ୍ରଦୀପ ସେନାପତି
୧୯୯୦ ରୁ ୧୯୯୫ ମସିହାରେ ମୋ ସରକାର ଚାଲିଥାଏ । ମୋ ସରକାର କହିବାର ତାପ୍ତର୍ଯ୍ୟ ଯେ, ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଶାସନରେ ଚାଲିଥିବା ମୋ ସରକାର ନୁହେଁ । ସେତେବେଳେ ଜନତା ଦଳର କର୍ମୀମାନେ ଖୋଲା ଖୋଲି ହୃଦୟର ସହିତ କହିପାରୁଥିଲେ ଯେ, ଏହା ମୋ ସରକାର ଚାଲିଛି ବୋଲି । ସେତେବେଳେ ବିଜୁ ଅଜାଙ୍କ କର୍ମୀ ମାନେ ହିଁ ସବୁକିଛି । ଦୀର୍ଘ ବର୍ଷ ବ୍ୟବଧାନ ପରେ ବିଜୁ ଅଜା ରାଜ୍ୟର ଅପ୍ରତିନ୍ଦ୍ୱନ୍ଦି ମୁଖ୍ୟମନ୍ତ୍ରୀ ଭାବରେ କେବଳ ଏକଲା ହିଁ ସପଥ ଗ୍ରହଣ କଲେ । ସାମ୍ବାଦିକ ମାନେ ପଚାରିଲେ, ମନ୍ତ୍ରୀ ମଣ୍ଡଳ କେବେ ଉତ୍ତରଟି ଥିଲା ମୁଁ କ’ଣ ଏକୁଟିଆ ଝଙ୍କଲଲସମସରଦ୍ଭଗ୍ଧ ନୁହେଁ? ଯାହାହେଉ ଦୁଇ ସପ୍ତାହ ମଧ୍ୟରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେଲା । ପରେ ବିଜୁ ଅଜା ରାଜ୍ୟ ସଚିବାଳୟକୁ ଆସିବା ସମୟରେ ମୁଖ୍ୟ ଫାଟକ ସାମନାରେ ଜଣେ କଦଳୀବାଲା କଦଳୀ ବିକୁଛି । ବିଜୁ ଅଜାଙ୍କ ଗାଡ଼ିଟି ସେହିଠାରେ ହିଁ ଗହଳି ଭିତରେ ସାମାନ୍ୟ ଅଟକିଗଲା ମୋ ସହିତ ଅନ୍ୟାନ୍ୟ କର୍ମୀ ପୁରୁଣା ଭୁବନେଶ୍ୱରର ସିନୁ ଗରାବଡୁ଼,ଶରତ ମହାପାତ୍ର, କାଳିଆ ମଲିଆ, ଶଙ୍କର ମହାରଣା, ସଂଜୟ ଦାଶ ପ୍ରମୁଖ ବିଜୁ ଅଜାଙ୍କ କାରର ପଛ ଜିପରେ ଆମ୍ଭେ ମାନେ ଥାଉ । ପୋଲିସ ଗାଡ଼ି ଆମ୍ଭ ପଛରେ ଥାଏ । ମୁଁ ବିରକ୍ତି ଭାବରେ କଦଳୀ ବାଲାକୁ ଅନ୍ୟତ୍ର ସ୍ଥାନକୁ ଚାଲିଯିବା ପାଇଁ କହିଲି । ସଂଗେ ସଂଗେ ବିଜୁ ଅଜା ମୋ ଉପରେ ଗର୍ଜି ଉଠିଲେ କହିଲେ ତୋର କ’ଣ ଅସୁବିଧା ହେଉଛି? ସେ ଗରୀବ ଲୋକଟି କଦଳୀ ବିକୁଛି, ସେ ବିକୁ ସେମାନେ ଚଳିବେ କେମିତି? ମୁଁ ମଧ୍ୟ ଅନୁତପ୍ତ କଲି । ମୁଖ୍ୟମନ୍ତ୍ରୀ ହେବାପରେ ଆମ୍ଭେ ବେଳେ ବେଳେ ସକାଳ ସମୟରେ ବିଜୁ ଅଜାଙ୍କ ବାସଭବନକୁ ଯାଇ ବିଜୁଅଜାଙ୍କ ସହିତ ମାତ୍ର ୧୦ ମିନିଟି ମଧ୍ୟରେ କଥା ବାର୍ତ୍ତା ହୋଇ ଗଲେ ଆମ୍ଭ ପେଟ ପୁରିଯାଏ । ତାପରେ ତଳକୁ ଆସି ବିଜୁ ଅଜାଙ୍କ ରୋଷେଇଆ ଖଇରାତି ଠାରୁ ଚା ଟିକେ ପିଇ ପଳାଇଆସୁ । ଆମ ସହିତ ମଧ୍ୟ ଭୁବନେଶ୍ୱର ଏସ୍ ପି ଥିବା ସଞ୍ଜିବ ମାରିକ ପ୍ରତ୍ୟକ ଦିନ ସକାଳୁ ସକାଳୁ ବିଜୁ ବାବୁଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି । ଆମ୍ଭେ ମଧ୍ୟ ତାଙ୍କୁ ଚା ଟିକେ ପିଇବା ପାଇଁ ଅଫର୍ କରୁ । ସେ ମଧ୍ୟ ବେଳେ ବେଳେ ପିଅନ୍ତି । ରବିବାର ସକାଳ ୯ ଟାରେ ସେତେବେଳେ ଟିଭିରେ ରାମାୟଣ ସିରିଏଲ ଚାଲିଥାଏ । ବିଜୁ ବାବୁ ମଧ୍ୟ ସେହି ସିରିଏଲକୁ ଦେଖିବାପାଇଁ ଭଲ ପାଆନ୍ତି । ଦିନେ ଏହି ସମୟରେ ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ପଦ୍ମନାଭ ବେହେରା ଏବେ ମଧ୍ୟ ସେ ମନ୍ତ୍ରୀ ଅଛନ୍ତି । ସେ ଫାଇଲ ଧରି ରବିବାର ସକାଳୁ ପହଞ୍ôଚଗଲେ । ବିଜୁ ବାବୁ ରାମାୟଣ ଦେଖୁଥିବାରୁ ସାହାସ କଲେ ନାହିଁ ଭିତରକୁ ଯିବା ପାଇଁ କିଛି କ୍ଷଣ ପରେ ଗଲେ । ଆମ୍ଭେ ଉପର ମହଲାରେ କବାଟ ପାଖରେ ଠିଆ ହୋଇଥାଉ । ମନ୍ତ୍ରୀ ଭିତରକୁ ପଶିବାକ୍ଷଣି କହିଲେ କିଏ ତୁ? ମନ୍ତ୍ରୀ କହିଲେ ସାର୍ ମୁଁ ପଦୁ । ପଦ୍ମନାଭ ବେହେରା ସାର୍ । ଯାହାକୁ ଆପଣ ମନ୍ତ୍ରୀ କରିଛନ୍ତି । ବିଜୁ ଅଜା ମୁରୁକି ମୁରୁକି ହସି ହସି କହିଲେ ଆରେ ତୋତେ ମୁଁ ଏହାଭିତରେ କେତେବେଳେ ମନ୍ତ୍ରୀ କରିସାରିଲିଣି? ଆଛା ହଉ କଣ ଏଫାଇଲ? ପଇସା ପତ୍ର ପାଇଁ ଏ ଫାଇଲ ନୁହେଁ ତ? ପଇସାପତ୍ର ଖାଇବୁ ନାହିଁ? ଦେ ସେ ଫାଇଲ । ମନ୍ତ୍ରୀ ଫାଇଲ କାମ ସାରି ଫେରିବା ବେଳେ ଆମ୍ଭେ ପଚାରିଲୁ ଭାଇ ବୁଢା କଣ ବିଗିଡ଼ିଗଲା କି? ସେ ନାହିଁ କହିଲେ । ଆମ୍ଭେ ଦୁଃଖସୁଖ ହୋଇ ତଳକୁ ଓହ୍ଲାଇ ଆସିଲୁ । ପଦୁ ଭାଇ ଭାବ ବିହୋଳ ହୋଇ କହିଲେ ବିଜୁ ବାବୁଙ୍କ ହୃଦୟ ପାହାଡ଼ ଭଳି ଖୋଲା ଯାହା କୁହନ୍ତି, ଆମ୍ଭେ ମାନେ ସ୍ୱାଦରେ ଗ୍ରହଣ କରୁ । ଏହି ନିର୍ବାଚନରେ ମୁଁ ଟିକେଟ ପାଇଁ ଯାଇଥିଲି ମୋତେ ଟିକେଟ ଦେଲେ ପଚାରିଲେ ପଦୁ କେତେଟଙ୍କା ଦେଲେ ତୁ ଜିତିବୁ? ମୁଁ କହିଲି ସାର୍ ମାତ୍ର ପାଞ୍ଚଲକ୍ଷ ଟଙ୍କାରେ ମୁଁ ଜିତିଯିବି । ସାର୍ ବିଗିଡ଼ିଯାଇ କହିଲେ ଡଷବଗ୍ଧ ଘକ୍ଟ ଘକ୍ଟ ଘକ୍ଟ ପାଞ୍ଚଲକ୍ଷ ନୁହେଁ । ୧୧ ଲକ୍ଷ ଧର ଯା ଜିତିକରି ଆସିବୁ ତୁ ଜିତିଲେ ମନ୍ତ୍ରୀ ହେବୁ । ଯାହାହେଉ ମୋତେ କହିଥିବା ସ୍ୱପ୍ନ ବାସ୍ତବରେ ସାକାର କଲେ ବିଜୁ ବାବୁ । ପ୍ରଥମ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ରେ ଭଦ୍ରକରୁ ପ୍ରଫୁଲ ଭାଇ ମନ୍ତ୍ରୀ ହେଲେ । ଭୂତପୂର୍ବ ସୁପର ଚିଫି ମିନିଷ୍ଟର କୁହା ଯାଉଥିବା ବୟୋଜ୍ୟୋଷ୍ଟ ତଥା ଦଳିତ ନେତା ଭାବରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରୁ ସ୍ୱର୍ଗତ ବୈରାଗୀ ଯେନା ଙ୍କୁ ମନ୍ତ୍ରୀପଦ ମିଳିଳା ନାହିଁ । ଅସୋନ୍ତଷ ହେଲେ, ଆମ୍ଭଙ୍କୁ କହିଲେ, ତୁମେ ଛାତ୍ର ଜନତା ଦଳ ପକ୍ଷରୁ ବିଜୁବାବୁଙ୍କୁ କୁହ ମୋ ବିଷୟରେ? ଆମ୍ଭେ ମଧ୍ୟ ବାରମ୍ବାର କହିଲୁ । ବିଜୁ ଅଜା ଆମ୍ଭ କଥାକୁ ଗୁରୁତ୍ୱ ନଦେଇ ରାଗରେ କହିଲେ, ତୁମ୍ଭଙ୍କୁ ମଦଦେଇ ପଠାଉଛି କି ବୈରାଗୀ? ଏବଗ୍ଧର କ୍ଟଙ୍କଗ୍ଧ ସେ ହୋଇ ପାରିବ ନାହିଁ । ଆମ୍ଭଙ୍କୁ ନିରୁସ୍ଥାହିତ ଲାଗିଲା ପରେ ଦୀର୍ଘ ସାତ ମାସ ପରେ ସେ ମନ୍ତ୍ରୀ ହେଲେ । ଆମ୍ଭ କଥାରେ ଯେ ସେ ମନ୍ତ୍ରୀ ହେଲେ ଏକଥା ମୁଁ କହୁନାହିଁ କିନ୍ତୁ ତାଙ୍କର ଉଦାରତା ପାଇଁ ଆମ୍ଭେ ଚିର କୃତଜ୍ଞ । ଦିନକର କଥା ଗପ ହେଲେ ବି ସତ । ଉମା ରଥ ଛାତ୍ର ଜନତା ଦଳ ରାଜ୍ୟ ସଭାପତି । ମୁଁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଥାଏ । ସେତେବେଳେ ମୁଁ ସଂସାର ଭିତରେ ନଥାଏ । ମୁଁ ସକ୍ରିୟ ରାଜନିତୀରେ ଥିବାରୁ ମୋ ପିତାଙ୍କ ସହିତ ମୋର ଯଥେଷ୍ଟ ବିବାଦମାନ ପରିସ୍ଥିତି ସୃଷ୍ଟି ହେଲା । ପିତା ମୋର ରାଜନିତୀକୁ ଘୃଣା ଚକ୍ଷୁରେ ଦେଖିଲେ । ସର୍ବଦା ମୋତେ କୁହନ୍ତି ଯେ, ତୋତେ ପାଠ ପଢ଼ାଇଥିଲି କ’ଣ ରାଜନିତୀରେ ଭାଗ ନେବାପାଇଁ? ଯଦି ତୁ ଏହି ବାଜେ ଧନ୍ଦା ଭିତରେ ପସିବୁ ତେବେ ତୋତେ ଘରୁ ବାହାର କରିଦେବି । କୌଣସି ପରିସ୍ଥିତିରେ ମଧ୍ୟ ପଇସା ପତ୍ର ଦେବିନାହିଁ ତୋତେ ଝିଅ ମଧ୍ୟ ମିଳିବେ ନାହିଁ, ତୁ ସଂସାର କରିବୁ କେମିତି? ଏ ପ୍ରକାର ବାସ୍ତବ ସମସ୍ୟାର ଉତ୍ତର ସିଧା ସିଧା ପିତାଙ୍କୁ ଜଣାଇଦେଲି ଯେ, ଆପଣଙ୍କ ଇଛା ପୁରଣ କରିପାରୁନଥିବାରୁ ମୁଁ ଦୁଃଖିତ ହେଲେ, ମୋର ମନତ ବୁଝିଲା ନାହିଁ । ପ୍ରକୃତ ପକ୍ଷେ ମୁଁ ଚଳିବି କେମିତି? ଏଭଳି ପରିସ୍ଥିତିରେ ବେଳେବେଳେ ଘରକୁ ନଯାଇ ଫରେଷ୍ଟ ପାର୍କ ସ୍ଥିତ ଉମା ଭାଇଙ୍କ ଘରେ ରହିଯାଏ । ଦୈନନ୍ଦିନ ମୋତେ ଚିନ୍ତା ଘାରିବାରେ ଲାଗିଲା । ଅବଶ୍ୟ ଚିନ୍ତାକଲେ ଉପାୟ ଆପେ ଆପେ ଆସେ ବୋଲି ଭାବି ଦିନେ ସକାଳୁ ସିନୁ ଗରାବଡ଼ୁ ଓ ମୁଁ ବିଜୁ ଅଜାଙ୍କୁ ଦେଖାକଲୁ । ଦୁର୍ଭାଗ୍ୟ ବଶଃତ ସେଦିନ ଆମଉପରେ ରାଗିକରି କହିଲେ ସବୁବେଳେ କାହିଁକି ପଳାଇ ଆସୁଛ? କାଲିଠାରୁ ମୋ ପାଖକୁ ଆସିବ ନାହିଁ । ମୁଁ ଆଜି ଦିଲ୍ଲୀ ଯାଉଛି ଭି.ପି ସିଂ ଡ଼ାକିଛି । ଯାଅ ପଳାଅ । ଆମ୍ଭେ କହିଲୁ ଜାଣିଛୁ ଆପଣ ଦିଲ୍ଲୀ ଯିବେ ତେଣୁ ଆପଣଙ୍କୁ ଛାଡ଼ିବା ପାଇଁ ଆସିଛୁ । ହଠାତ୍ ସେ କହିଲେ ତୁ କ’ଣ ଛାଡ଼ିବୁ ମୋତେ କ’ଣ ଡ଼ର ଲାଗୁଛି ତୁମେ ପଳାଅ ଯିବା ଦରକାର ନାହିଁ । ଯେତେ ରାଗିଲେ ମଧ୍ୟ ଆମ୍ଭେ ବିଜୁ ଅଜାଙ୍କ ଗାଡ଼ି ପଛେପଛେ ଏୟାରପୋର୍ଟ ଗଲୁ । ସେଦିନ ମୋର ଘଟଣା ବହୁଳ ସମସ୍ୟା ଗୁଡ଼ିକ କହି ସମାଧାନର ବାଟ ବାହାର କରିବାକୁ ହୋଇ ପାରିଲା ନାହିଁ । ଚାରିଦିନପରେ ଦିଲ୍ଲୀରୁ ଫେରିଲେ । ଆମ୍ଭେ ଏୟାରପୋର୍ଟ ଯାଇଥିଲୁ ତାଙ୍କୁ ଆଣିବା ପାଇଁ ଆମ୍ଭେ ସେଠାରେ ନମଷ୍କାର କଲୁ ସେ ମଧ୍ୟ କିଛି କହିଲେ ନାହିଁ । ତା ପରଦିନ ଏକୁଟିଆ ଗଲି, ଭାବିଲି ରାଗିପାରନ୍ତି ହେଉ ପଛେ ମୋର ମନର ବେଦନା ନଜଣାଇଲେ ମୋର ବ୍ୟାପକ କ୍ଷତିହେବ । ପ୍ରଥମେ ନମଷ୍କାର କଲି କ’ଣ ତୋର କାମଅଛି? ଶିଘ୍ର କହ? ମୁଁ ପ୍ରାଞ୍ଜଳ ଭାବରେ ପିତାଙ୍କ କଥା କହିବାପାଇଁ ବାଧ୍ୟହେଲି । ସେତେବେଳକୁ ମୋର କୋହ ଉଠିଲାଣି । ଭାଗ୍ୟ ମୋର ବୋଧେ ସେଦିନ ଭଲଥିଲା । ସେ କହିଲେ ରାଜ୍ୟରେ ଶହ ଶହ ଝିଅ ଅଛନ୍ତି, ଗୋଟେ ଧରିପାରୁନୁ? ତାଙ୍କର ମୋ ପାଇଁ ଥିଲା ଥଟ୍ଟାର ସମୟ ଭାବି ସୁଯୋଗ ମିଳିଳା ଉତ୍ତର ଦେବାପାଇଁ । ମୁଁ କହିଲି ଯଦି ଆପଣଙ୍କ ସହିତ ମୁଁ ରହିବା ପାଇଁ ଚାହୁଁଛନ୍ତି, ତେବେ ସିନୁ ଭାଇନାଙ୍କ ଝିଆରି ମୋତେ କହୁଛି, ତୁମେ ବିଜୁ ବାବୁଙ୍କ ଦଳର ନେତା ମୋ ପାଇଁ ଚାକିରିଟିଏ କରାଇଦିଅ? ତେଣୁ ଆପଣ ତାକୁ ଚାକିରି ଟିଏ ଦେଲେ ମୁଁ ବାହାହେବି । ସେ ଚାକିରିଟିଏ ପାଇଗଲେ ଦଳର କାମ କରିବାପାଇଁ ମୋତେ ସୁଯୋଗ ମିଳିଯିବ । ସେ କହିଲେ ତୁ ବୋଧେ ରେଡ଼ି କରି ରଖି ସାରିଛୁ? ମୁଁ କହିଲି ନା ସିନୁ ଭାଇନା ମୋ କଥା ଜାଣିଛନ୍ତି ଏବଂ କହିଲେ ତୁ ବିଜୁ ବାବୁଙ୍କୁ କହି ଚାକିରିଟିଏ କରାଇଦେଲେ ମୁଁ ସମାଧାନ କରିଦେବି । ବିଜୁ ବାବୁ ବାଟ ଦେଖାଇ କହିଲେ, ତୁ ବୈରାଗୀ ପାଇଁ କହିଥିଲୁ ସେ ମନ୍ତ୍ରୀହେଲା, ତାକୁ କହ । ଏତିକିରେ ମୋତେ ଟିକେ ଆଶ୍ୱସ୍ତ ଲାଗିଲା ମୁଁ ବୈରାଗୀ ଯେନାଙ୍କୁ ସବୁକଥା କହିଲି । ସେ ଦରଖାସ୍ତ ଟିଏ ମାଗିଲେ । ଫାଇଲ ପୁଟପ୍ ହେଲା । ଏହି ଫାଇଲରେ ମୋର ଆଉଜଣେ କର୍ମୀ ସାନଭାଇ ଦିନକୃଷ୍ଣ ସ୍ୱାଇଁର ନାମ ମଧ୍ୟ ସେହି ଫାଲିଲରେ ପୁଟପ୍ ହେଲା । ଏହାର ସୁଯୋଗ ପାଇ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସୁରସେନ ଜେନାଙ୍କର କେତେକ ପ୍ରାର୍ôଥ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କର ପ୍ରାର୍ଥୀ ଏହିଭଳି ୨୭ ଜଣଙ୍କର ପାର୍ôଥ ତାଲିକା ବିଭାଗୀୟ ସଚିବ ସୁବାସ ପାଣିଙ୍କ ପାଖକୁ ଗଲା । ପରେ ତାହା କାର୍ଯ୍ୟକାରୀ ନହୋଇ ଫେରିଆସିଲା । କାରଣଟି ଥିଲା – ସଚିବ କହିଲେ, ଯାହହେବ ଇଣ୍ଟରଭିୟୁ ହେଲା ପରେ ରଖାଯିବ, ଆଡ଼ହକ ନିଯୁକ୍ତି ହୋଇପାରିବ ନାହିଁ । ଏଭଳି ଦୁଃଖଦ ଖବର ଶୁଣି ମନ୍ତ୍ରୀଙ୍କୁ କହିଲି । ମନ୍ତ୍ରୀ ସତକଥା ଜାଣିଲେ । ଆଉ ଏକ ନିର୍ବାଚନ ମଧ୍ୟ ପାଖେଇ ଆସିଲାଣି । ଆଉମାତ୍ର ସାତମାସ ବାକିଅଛି । ମନ୍ତ୍ରୀ କ୍ରୋଧାନ୍ନୀତ ହୋଇ ବିଜୁବାବୁଙ୍କୁ ସଚିବାଳୟରେ ସାକ୍ଷାତକରି ଚରମବାଣୀ ଶୁଣାଇଲେ । ମୁଁ ଯଦି ମନ୍ତ୍ରୀ ହୋଇ ମୋର ବିଭାଗୀୟ ସଚିବ ମୋ କଥା ମାନୁନାହିଁ ତେବେ ଆପଣ ମୋତେ ମନ୍ତ୍ରୀ କରିଛନ୍ତି କାହିଁକି? ଯଦି ମୁଁ ରହିବି ତେବେ ସଚିବକୁ ବିଦାୟ କରିବାକୁ ପଡ଼ିବ, ଯଦି ସେ ରହିବ ମୁଁ ଇସ୍ତଫାଦେବି । ବିଜୁ ବାବୁ କାରଣ ସବୁ ବୁଝିଲେ, ମନ୍ତ୍ରୀଙ୍କୁ କହିଲେ, ତୁ ଏରିଆପଳା ମୁଁ ତାକୁ ବିଦାୟ କରୁଛି, ସେହିଦିନ ସଂଧ୍ୟାରେ ସୁବାଷପାଣି ମନ୍ତ୍ରୀଙ୍କ ଅଗୋଚରରେ ମୁଖ୍ୟମନ୍ତ୍ରୀ ବିଦାୟ କରିଛନ୍ତି ବୋଲି ସାମ୍ବାଦିକ ମାନେ ପଚାରିଲେ ମନ୍ତ୍ରୀ ସ୍ପଷ୍ଟୋକ୍ତି ଦେଲେଯେ, ମୋର ଜାଣିବା ଆବଶ୍ୟକ ହିଁ ନାହିଁ । ‘ବିଜୁ ବାବୁ’ ଚାହିଁଲେ ସେ ଗଲା, ମୋର କ’ଣ ଅଛି ? ଏହକହି ତାଙ୍କର ବିଦାୟ ରଜନୀ ପରେ, ଅନ୍ୟଜଣେ ସଚିବ ଭାଷ୍କର ଚାଟାର୍ଜୀ ଦାୟୀତ୍ୱ ନେଲେ, ଏବଂ ୨୭ ଜଣେ ଆଡ଼ହକ କର୍ମଚାରୀ ଭାବରେ ନିଯୁକ୍ତି ପାଇ ପାରିଥିଲେ । ହେଲେ ମୋର ଅଧୁରାସ୍ୱପ୍ନ କୁ ବିଜୁବାବୁ ଓ ମନ୍ତ୍ରୀଙ୍କୁ କହିଲି । ମୋତେ ପ୍ରତିଶୃତି ମିଳିଳା ଯେ, ନିର୍ବାଚନ ପରେ ଆମ ସରକାର ଆସିଲେ, ତୋର ସ୍ଥାୟୀ କରିଦେବି । ଏ ପରିପ୍ରେକ୍ଷୀରେ, ଦୁଃଖର କଳାବାଦଲ ଘୋଟି ଆସିଲା । ୧୯୯୫ ରେ ମୋର ସରକାର ଆସିପାରିଲା ନାହିଁ କି, ଆଡ଼ହକ କର୍ମଚାରୀଙ୍କ ଦୁଃଖ ସୂଚନା ଓ ଲୋକସମ୍ପର୍କ ବିଭାଗ ଆଜିପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇପାରିଲା ନାହିଁ । ଏମାନଙ୍କ ମଧ୍ୟରେ ବୟସାଧିକ କାରଣରୁ ଦୁଇଜଣ କର୍ମଚାରୀ ଅବସର ନେଇସାରିଲେଣି । ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆର୍ଥିକ ସହାୟତା ମଧ୍ୟ ମିଳିପାରିଲା ନାହିଁ । ଦୁଇ କର୍ମଚାରୀଙ୍କୁ ଏ ସଂପର୍କରେ ପଚାରିବାରୁ ଅତି ଦୁଃଖଦ ପୂର୍ଣ୍ଣ ଘଟଣାରେ କହୁଛନ୍ତି ଯେ, ଯେଉଁ ବାଟେ ବାଟେ ଆସିଥିଲ ବଂଧୁ ସେହି ବାଟେ ବାଟେ ଯା । ଏହାହିଁ ଥିଲା ଆମ୍ଭ ଭାଗ୍ୟରେ ବିଡମ୍ବନା । ତେଣୁ, ଏଭଳି ପାହାଡ଼ ଭଳି ହୃଦୟର ମୋ ନେତା ବିଜୁବାବୁ ଙ୍କୁ ସ୍ୱର୍ଗରେ ଥାଇ ପ୍ରାର୍ଥନା କରୁଛି ଯେ, ହେ ‘ବିଜୁବାବୁ’ ଆପଣଙ୍କ ଆର୍ଶିବାଦରୁ ଆପଣଙ୍କ ଗୋଟିଏ କଲମ ମୁନରେ ଆପଣ ୨୪ ଘଣ୍ଟା ମଧ୍ୟରେ ୨୭ ଜଣଙ୍କୁ ଅସ୍ଥାୟୀ ନିଯିକ୍ତି ଦେଇପାରିଥିଲେ, ଅଥଚ ଟିକେ ନବୀନ ବାବୁଙ୍କୁ ସ୍ମରଣ କରାନ୍ତୁ, ଆପଣଙ୍କ ଲୋକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଏବଂ ଆପଣଙ୍କ ଅଧୁରା ସ୍ୱପ୍ନକୁ ସାକାରକରିବା ପାଇଁ ? ନବୀନ ବାବୁ ସଦାସର୍ବଦା କହୁଛନ୍ତି ଯେ, ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାପାଇଁ ମୋତେ ଥରେ ସୁଯୋଗ ଦିଅ ? କିନ୍ତୁ ଏଠାରେ ମୋର ପ୍ରଶ୍ନ ନବୀନ ବାବୁ କହିପାରିବେ କି, ଆଜକୁ ୨୧ ବର୍ଷ ମଧ୍ୟରେ ବିଜୁବାବୁଙ୍କ ଅଧୁରାସ୍ୱପ୍ନକୁ ଆପଣ କ’ଣ ସାକାର କରିପାରିଛନ୍ତି ? ବିଜୁବାବୁଙ୍କ ଗାଡ଼ି ପଛେପଛେ କର୍ମୀମାନଙ୍କର ଗାଡ଼ି ଯାଉଥିଲା, ଆପଣଙ୍କ ପଛେ ପଛେ କେଉଁ କର୍ମୀ ମାନଙ୍କର ଗାଡ଼ିଯାଉଛି ? ଯେଉଁମାନଙ୍କର ଆପଣଙ୍କ ପଛେ ପଛେ ଯେତେ ଗାଡ଼ିସବୁ ଯାଉଛି । ସେମାନେ ଆପଣଙ୍କୁ ୨୫ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇନାହାନ୍ତି । ଆମ୍ଭ ଛାତ୍ର ମାନଙ୍କୁ ସଦାସର୍ବଦା କହୁଥିଲେ ତୁମେ ଛାତ୍ରମାନେ ମୋତେ ‘ବିଜୁଅଜା’ ଡ଼ାକିଲେ ମୋତେ ଖୁସୀ ଲାଗିବ । ଏହାଥିଲା ବିଜୁ ଅଜାଙ୍କର ପାହାଡ଼ ଭଳି ହୃଦୟର ଗହନ କଥା ତେଣୁ ଆଜି ତାଙ୍କର ପୁଣ୍ୟତିଥି ତଥା ୨୪ ତମ ପବିତ୍ର ଶ୍ରାଦ୍ଧଦିବସ ଅବସରରେ ତାଙ୍କର ଅମର ଆତ୍ମାପ୍ରତି ମୋର ଏବଂ ଛାତ୍ର ଜନତା ଦଳ ପକ୍ଷରୁ ହୃଦୟର ସହିତ ଗଭୀର ସ୍ନେହ, ଶ୍ରଦ୍ଧା ତଥା ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ପୂର୍ବତନ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ
ତଥା ପୂର୍ବତନ ରାଜ୍ୟ ସଭାପତି, ଯୁବ ଜନତା ଦଳ (ଏସ୍)
ସାମନ୍ତରାପୁର, ପୁରୁଣା ଭୁବେନେଶ୍ୱର, ୨. ଜି-ଖୋର୍ଦ୍ଧା, ମୋ- ୯୪୩୮୪୪୬୫୭୫


