ଅଯୋଗ୍ୟ ସ୍ଥାନରେ ସରକାରୀ ଗୃହ ନିର୍ମାଣ ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ସାରୋ ଗ୍ରାମରେ ବେଆଇନ ଭାବେ ପ୍ରଧାନମନ୍ତ୍ରୀ ଆବସ ଗୃହ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ପଦ୍ମାବତୀ ଜେନାଙ୍କୁ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଯେଉଁ ସ୍ଥାନରେ ସେ ଘର ନିର୍ମାଣ କରୁଛନ୍ତି । ସେ ଜାଗାଟି ନିଜସ୍ୱ ନୁହେଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏପରିକି ସାରୋ ମୌଜାରେ ତାଙ୍କର କୌଣସି ଘରବାଡି ସମ୍ପତ୍ତି ନଥିବା ବିଡିଓଙ୍କ ନିକଟରେ ଜଣାଯାଇଛି । ଯୋଜନାବଦ୍ଧ ଭାବେ ମିଥ୍ୟା କାଗଜପତ୍ର ଦେଇ ସେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପତ୍ର ହାତେଇଥିବା ଗ୍ରାମର ରବିନ୍ଦ୍ର କୁମାର ସାହୁ, ଗୁରୁବାରି ଜେନା, ଭାରତୀ ଜେନା, କୈଳାସ ଜେନା, ଜଗବନ୍ଧୁ ଜେନା, ଅକ୍ରୁର ଜେନା, ଉମାକାନ୍ତ ଜେନା, ଅଭିମନ୍ୟୁ ଜେନା ପ୍ରମୁଖ ଜଣାଇଛନ୍ତି । ଏବାଦରେ ବିଡିଓଙ୍କ ମତାମତ ନେବାରୁ ସେ ଅଭିଯୋଗ ପାଇବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି କ୍ଷତ୍ରୀୟ ତଦନ୍ତ କରି ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।


