ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ବିଜୁ ଜନତା ଦଳର ୨୫ ତମ ବର୍ଷ ପୁର୍ତ୍ତି ଅବସରରେ ଶନିବାର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମକର୍ତ୍ତା ମାନେ ଯୋଗ ଦେଇ ତାମ୍ପରା ହ୍ରଦ ନିକଟରେ ଗୋଟାଏ ଗୋଟାଏ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡାଙ୍କ ସମେତ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ନାଗେଶ୍ୱର ରାଓ, ଡିଜିଟାଲ ସମ୍ପାଦକ ମାଙ୍ଗଲେଶ୍ୱର ରାଓ, ସନମୁଖ ପଟ୍ଟନାୟକ, ପୂର୍ବତନ କାଉନସିଲର ବାଦଲ କୁମାର ପାଣ୍ଡି ଓ ମାଧବ କାୟା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସାରା ଚାଲିବ ବୋଲି ସଭାପତି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ