ଟ୍ରକକୁ ପିଟିଲା ବସ୍

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ୧୬ନମ୍ବର ଜାତୀୟ ରାଜପଥର ଛତାଵର ଠାରେ ଆଜି ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଦିନ ପ୍ରାୟ ୧୧ଟା ବେଳେ ଗୋଟିଏ ମାଲ ବାହୀ ଟ୍ରକ ରାସ୍ତା ପାର୍ଶ୍ବରେ ପାର୍କିଂ କରୁଥିବା ବେଳେ ଏକ ଦ୍ରୁତଗାମୀ ଘରୋଇ ଵସ ପଛପଟୁ ଏହାକୁ ଧକ୍କା ଦେଇଥିଲା । ଵସଟି ଵାରିପଦାରୁ ଭୁବନେଶ୍ବର ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ସୌଭାଗ୍ୟ ବଶତଃ ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ