ହାଟଡିହିରେ ବିଜୁ ଜନତାଦଳର ପ୍ରତିଷ୍ଠା ଉତ୍ସବ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ତହସିଲ ପଡିଆ ଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ବିଜୁ ବାବୁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହ ବିଜୁ ଜନତାଦଳର ଲୋକାଭିମୁଖି କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ମାୟାଧର ଜେନା, ବ୍ଲକ ବିଜେଡି ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ପୁର୍ବତନ ସଭାପତି ଅକ୍ଷୟ କୁମାର ବରାଳ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ଉପସଭାପତି କିଶୋର ଜେନା, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟା ଜୟାପ୍ରଦା ସା, ପ୍ରଣତୀ ଦେଓ, ଜ୍ୟୋତ୍ସ୍ନାରାଣୀ ଦେହୁରୀ, ସୁରେନ୍ଦ୍ର ଜେନା, ହାଟଡିହି ସରପଞ୍ଚ ଅନୁସୁୟା ସେଠୀ ପ୍ରମୁଖ ଯୋଗଦେଇ ବିଜୁ ଜନତାଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମ ଦ୍ୱାରା କିପରି ଓଡିଶାର ବିକାଶ ସମ୍ଭବ ହୋଇଛି ସେ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏଥିରେ ଆନନ୍ଦପୁର ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ରବିନ୍ଦ୍ର କୁମାର ସାହୁ, ଶଶାଙ୍କ ଶେଖର ପୁହାଣ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ସୁଧାକର ଓଝା, ବାବୁଲି ପଟ୍ଟନାୟକ, ବ୍ଲକ ବିଜେଡି କୃଷକ ସଭାପତି ଶତୃଘ୍ନ ପାତ୍ର, ପବିତ୍ର ମୋହନ ପେଡା, ପ୍ରତାପ ଦେଓ, ବିରେନ୍ଦ୍ର ବିଶ୍ୱାଳ, ଯୋଗେନ୍ଦ୍ର ବେହେରା, ସରପଞ୍ଚ ଅମରେନ୍ଦ୍ର ଧଳ, ଅନିରୁଦ୍ଧ ବେହେରା, କୌଶଲ୍ୟା ସେଠୀ, ଦତ୍ତାତ୍ରୟ ରାୟସର୍ଦ୍ଦାର, ଜଗନ୍ନାଥ ନାୟକ, ସନ୍ତୋଷ ନାୟକଙ୍କ ସମେତ ହଜାର ହଜାର କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ