ବିଜୁ ଜନତା ଦଳର ୨୫ ବର୍ଷ ଉପଲକ୍ଷେ ବୃକ୍ଷ ରୋପଣ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠିତ ହୋଇଥିଲା। ୨୦୨୨ ଡିସେମ୍ବର ୨୬ ତାରିଖରେ ବିଜେଡି ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପଦାର୍ପଣ କରିବ। ବିଜେଡିର ୨୫ ବର୍ଷ ଉପଲକ୍ଷେ ପୋଲସରା ବ୍ଳକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତ ଡିମ୍ବିରିଆ ଗ୍ରାମର ସାଇ ମନ୍ଦିର ପରିସରରେ ବିଜେଡି, ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମାନ୍ୟବର ଶ୍ରମ ନିଯୁକ୍ତି ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରି ସାଇ ମନ୍ଦିର ପରିସର ମଧ୍ୟରେ ବିଭିନ୍ନ ବୃକ୍ଷ ରୋପଣ କରିବା ଶୁଭାରମ୍ଭ କରିବା ସହ ରୋପଣ କରାଯାଇଥିବା ଚାରା ଗୁଡିକୁ ଯତ୍ନ ନେଇ ବଡ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ଯକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନ ଚରଣ ପରିଡା, ଏନ୍ ଏ ସି ଅଧ୍ଯକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସରପଞ୍ଚ ମନୋଜ କୁମାର ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ ଓ ବିକ୍ରମ କୁମାର ନାୟକ, ପୂର୍ବତନ ଉପାଧ୍ୟକ୍ଷା ସଞ୍ଜୁକ୍ତା ବାଡତ୍ଯା, ପବିତ୍ର ରାଉତ, ବରିଷ୍ଠ ନେତା ପିତବାସ ପ୍ରଧାନ, ରାଜେନ୍ଦ୍ର କୁମାର ପ୍ରଧାନ, ଶିଶିର ବେହେରା, ବସନ୍ତ କରଣ, ସୁଶାନ୍ତ ପୋଲାଇ, ଚନ୍ଦ୍ରଭାନୁ ସାହୁ, ସମିର କୁମାର ଭୂୟାଁ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏଥି ସହିତ ପୋଲସରା ବ୍ଳକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟକୁ ନେଇ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମ ଲୋକଙ୍କ ସହିତ ଆଲୋଚନା ହୋଇଥିଲା। ପ୍ରଦେଶୀ ସେଠୀ, ବିଦେଶୀ ବେହେରୁକ, ନାଏବ ସରପଞ୍ଚ ଡଲ୍ଲୀ ନାହାକ, ସୀତାରାମ ସାହୁ, ପ୍ରଦୀପ ସାହୁ, ମନୋରଞ୍ଜନ ପ୍ରଧାନ, ଅଞ୍ଜନ ପ୍ରଧାନ, ସୁରଥ ଖଣ୍ଡୁଆଳ, ଶିବଶଙ୍କର ମହାପାତ୍ର, ଲୋକନାଥ ମିଶ୍ର, ଟୁଲୁ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ