ବିଭିନ୍ନ ଦାବି ନେଇ ଜନସୁରକ୍ଷା ସମିତି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :  ଆରପିଡିଏସି କମିଟିରେ ଆଇଆରଇଏଲ କମ୍ପାନୀକୁ ନେଇ ଆର୍ଯ୍ୟପଲ୍ଲୀ ପଂଚାୟତ ପାଇଁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା କାର୍ଯ୍ୟକାରୀ କରିବା ସମେତ ୭ଦଫା ଦାବି ନେଇ ଜନ ସୁରକ୍ଷା ସମିତି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ୨୦୧୮ ମସିହା ଆର୍ଯ୍ୟପଲ୍ଲୀ ପଂଚାୟତର ଜନ ସାଧାରଣ ମାନଙ୍କୁ ବିସ୍ଥାପନ ନିତୀ ଅନୁସାରେ ଆରପିଡିଏସି ବୈଠକରେ ଯାହା ନିଷ୍ପତ୍ତି ହୋଇଥିଲା ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ଆଇଆରଇଏଲ କମ୍ପାନୀ କରି ନାହାନ୍ତି । ଏଣୁ ଉକ୍ତ ନିଷ୍ପତିକୁ ଅତି ଶୀଘ୍ରକାର୍ଯ୍ୟକାରୀ କରିବା, ଆର୍ଯ୍ୟପଲ୍ଲୀ ପଂଚାୟତର ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା, ଆର୍ଯ୍ୟପଲ୍ଲୀ ମୌଜାରେ ଯେଉଁ ମାନଙ୍କ ଜମି ଖନନ କରାଯାଇଛି ସେମାନଙ୍କୁ ଜମିର ସମ୍ପୁର୍ଣ୍ଣ ଭାବେ କ୍ଷତି ପୂରଣ ପ୍ରଦାନ କରିବା, ଆର୍ଯ୍ୟପଲ୍ଲୀ ମୌଜାରେ ସରକାରୀ ଜମି ଯଥା ସର୍ବସାଧାରଣ ରାସ୍ତା, ଦଣ୍ଡା, ଗ୍ରାମ କଣ୍ଟକ, ଗୋଚର ଓ ଅନ୍ୟାନ୍ୟ ସରକାରୀ ଜମିକୁ ଖନନ କରାଯାଇଥିବାର କ୍ଷତି ପୂରଣ ଜନ ସୁରକ୍ଷା ସମିତି କିମ୍ବା ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିକୁ ପ୍ରଦାନ କରାଯାଉ, ଆଇଆରଇ କମ୍ପାନୀ ଦ୍ୱାରା ଆର୍ଯ୍ୟପଲ୍ଲୀ ଜମିରେ ଯେଉଁ ଜମି ଖନନ କରିଛନ୍ତି ସେଗୁଡିକୁ ସମତଳ କରି ଉକ୍ତ ସ୍ଥାନରେ ବୃକ୍ଷ ରୋପଣ କରିବା, ତା ସହ ଜମିର ପଟ୍ଟା ଦାର ମାନଙ୍କୁ ଆଇଆରଇଏଲ ଚୁକ୍ତି ଅନୁସାରେ ଜମିର ଭଡା ପ୍ରଦାନ କରିବା ସମେତ ବିଭିନ୍ନ ଦାବି ସମ୍ପର୍କରେ ଉକ୍ତ ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି । ନଚେତ୍ ଆଗାମୀ ଦିନରେ ଜନ ସୁରକ୍ଷା ସମିତି ପକ୍ଷରୁ ବଡ ଧରଣର ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଜନ ସୁରକ୍ଷା ସମିତିର ଉପଦେଷ୍ଟା ତଥା ପୂର୍ବତନ ସରପଂଚ କେ. ଏଲେୟା, ଉପଦେଷ୍ଟା ଦଣ୍ଡାପାଣି ନାୟକ, ସାଧାରଣ ସମ୍ପାଦକ ଏନ୍‌. ଦୀନବନ୍ଧୁ, କାର୍ଯ୍ୟକାରୀ ସଭାପତି ଏସ.କ୍ରିଷ୍ଣା , କୋଷାଧ୍ୟକ୍ଷ ପି.ଗୁରେୟା, ଯୁଗ୍ମସମ୍ପାଦକ ଏ.ଦାନେୟା, ଜି.ଜଗନ୍ନାଥ , ପି.ଆନନ୍ଦ,ଏନ.କ୍ରିଷ୍ଣା, ପି. ରାମବାବୁ, ଓଡି, କ୍ରିଷ୍ଣାଙ୍କ ସମେତ ବହୁ ସମିତିର ବହୁ କର୍ମକର୍ତ୍ତା ଏବଂ ସଭ୍ୟ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ