ବିଜୁ ଜୟନ୍ତୀ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ପାଳନ ଉପଲକ୍ଷେ ବାଲିଯାତ୍ରା ପଡ଼ିଆରେ ବିଶାଳ ସମାବେଶ ଆୟୋଜିତ ହେଉଛି । ଏହି ସମାବେଶକୁ ସଫଳ କରିବା ପାଇଁ ପଞ୍ଚାୟତିରାଜ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତିପ୍ରାଠୀ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପ୍ରଶାନ୍ତ ନାୟକ, ପ୍ରଫୁଲ୍ଲ ସିଂହ, ଧର୍ମେଶ ନାୟକ, ମଧୁସୂଦନ ସାହୁ, ରଞ୍ଜନ ବିଶ୍ୱାଳ, ସୁଭଦ୍ରା ଦାସ, ଶିଶିର ପରିଜା, ପ୍ରକାଶ ଦାସ, ହରିଶଙ୍କର ରାଉତ, ସ୍ମୃତିରଞ୍ଜନ ଦାସ, ସ୍ମୃତି ନାୟକ, କନିଷ୍କ ଜେନା, ପ୍ରକାଶ ସିଂହ, ବିଜୟ ବେହେରା, ଜନସନ ମହାପାତ୍ର, ପୂର୍ବତନ ମେୟର ଅନିତା ବେହେରା, ସୌମେନ୍ଦ୍ର ଘୋଷ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ