ବିଜୁ ଯୁବ ବାହିନୀ ପକ୍ଷରୁ ସାମୁହିକ ସଫେଇ ଓ ରକ୍ଷକ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର ସାମୁହିକ ସଫେଇ ଓ ସଡ଼କ ସୁରକ୍ଷା ସଚେତନତା ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବିଇଓ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରୁ ସାମୁହିକ ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ପରିବା ବଜାର, ପାଟଣା ସାହି, ହିଂଜିଳି ଗ୍ରମା ପରିକ୍ରମା କରିବା ସହ ହାତରେ ପ୍ଳାକାର୍ଡ଼ ଓ ବ୍ୟନର ଧରି ସ୍ଳୋଗାନ ଦେବା ସହ ଜନସଚେତନତା ସୃଷ୍ଟି କରିଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଓ ହିଂଜିଳି କାଳୀ ମନ୍ଦିର ଛକ ନିକଟରେ ବିଜୁ ଯୁବ ବାହିନୀ ଓ ଆଇଆଇସି ଦାସ ଉପସ୍ଥିତ ରହି ସଡ଼କ ସୁରକ୍ଷା ସଚେତନ କରାଇବା ସହ ହେଲମେଟ ପରିଧାନ କରିଥିବା ବାଇକ ଚାଳକ ଓ ସିଲ୍ଟ ବେଲ୍ଟ ବାନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ ଜଣାଇଥିଲେ । ବିନା ହେଲମେଟରେ ବାଇକ ଚାଳକଙ୍କୁ ହେଲମେଟ ବ୍ୟବହାର କରିବା ସକାଶେ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କୌଳାସ ସାବତ,ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ତ୍ରିରଙ୍ଗା ଯୁବକ ସଙ୍ଘ ସଭାପତି ରଂଜନ କୁମାର ସାହୁ, ଡ଼ିସକଭର ସଂଯୋଜକ କାହ୍ନୁ ଚରଣ ପଣ୍ଡା, ପୁର୍ଣ୍ଣ ଗୌଡ଼, ଚିଂଟୁ ଚୌଧୁରୀ, ଅଜିତ ଗୌଡ଼, ତନୋଜ ମୁନି, ବିଶ୍ୱଜିତ ନାୟକ, ବସନ୍ତ ବେହେରା, ବିପ୍ଳବ ସେଠିଙ୍କ ସମେତ ତ୍ରିରଙ୍ଗା, ଡ଼ିସକଭର ସଙ୍ଘର ସଦସ୍ୟ ଓ ବିଜୂୁ ଯୁବ ବାହିନୀର ବହୁ ସଦସ୍ୟ ଉପସ୍ଥିତ ଥିଲେ ।


