ଗଞ୍ଜାମ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତା
ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜମ ବ୍ଲକ ଅନ୍ତର୍ଗତ ହୁମ୍ମାସ୍ଥିତ ବୀରଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତା ପ୍ରଧାନ ଶିକ୍ଷକ ସୁନିଲ କୁମାର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ , ମୁଖ୍ୟ ବକ୍ତା ରୁପେ ବିଇଓ ସୁବାସ ଚନ୍ଦ୍ର ଘଡେଇ , ସମ୍ମାନୀତ ଅତିଥି ରୂପେ ଏବିଡ଼ିଓ ଭବାନୀ ଶଙ୍କର ପ୍ରଧାନ, ଏବିଇଓ ବିଜୟ ଚନ୍ଦ୍ର ବେହେରା, ବିଏସଏସଓ ଅଶୋକ କୁମାର ଦାଶ , ପୁର୍ବତନ ସିଆରସିସି ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ସି.ଆର.ସି.ସି ଦାମୋଦର ପଣ୍ଡା ଓ ଶିକ୍ଷକ ନିରଂଜନ ମୁଦୁଲିଙ୍କ ମିଳିତ ସଂଯୋଜନାରେ ଏହି କ୍ରୀଡ଼ାରେ ଦଶ ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ବିଦ୍ୟାର୍ଥୀ ଭାଗ ନେଇଥିଲେ । ଶେଷରେ ଶିକ୍ଷୟତ୍ରୀ ପ୍ରିୟଙ୍କା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସିଆରସିସି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।


