ବିଜେଡି ରୁ କରଞ୍ଜିଆ ବିଧାୟିକା ଙ୍କ ଏକାନ୍ତ ଅନୁଗତ ନେତ୍ରୀ ଙ୍କ ଇସ୍ତଫା
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସହିତ ବିଭିନ୍ନ ଦଳରୁ ଇସ୍ତଫା ଓ ଯୋଗଦାନ ମଧ୍ୟ ହେଉଛି । ବିଧାୟିକା ଙ୍କ ଅପାରଗତା କୁ ନେଇ ଆଜି କରଞ୍ଜିଆ ବିଜେଡିର ବରିଷ୍ଠ ନାରୀନେତ୍ରୀ ତଥା ମୟୁରଭଞ୍ଜ ୨ ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ଶ୍ରୀମତୀ ଭାରତୀ ରାଜ ନିଜ ପଦବୀ ଓ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀମତୀ ଭାରତୀ ରାଜ କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ଏକାନ୍ତ ଅନୁଗତ ଥିଲେ ସେ ପ୍ରାୟତଃ ବିଧାୟିକା ଙ୍କ ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ ବିଧାୟିକା ଙ୍କ ସହିତ ସାମିଲ ରହିବା ନଜିର ରହିଛି। ଏପରିକି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି କି ଭୁବନେଶ୍ଵର ରେ ପ୍ରାର୍ଥୀ ଚୟନ ବୈଠକ ରେ ଶ୍ରୀମତୀ ଭାରତୀ ରାଜ ଙ୍କ ନାମ ମଧ୍ୟ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥିଲା । ତା ପରେ କୌଣସି କାର୍ଯ୍ୟକ୍ରମ ରେ ତାଙ୍କ ଉପସ୍ଥିତି ନଜର କୁ ଆସୁନଥିଲା । ନିଜ ପ୍ରତିକ୍ରିୟା ରେ ଶ୍ରୀମତୀ ରାଜ ନିଜ ଚାକିରୀ ଛାଡି ବିଧାୟିକା ଙ୍କ ପରାମର୍ଶ କ୍ରମେ ଆସି ନିଜ ଦୁଇମାସ ର ଛୋଟ ଛୁଆକୁ ଘରେ ଛାଡି ମୁଁ ଦଳ ଓ କରଞ୍ଜିଆ ବିଧାୟିକା ଙ୍କ ସହିତ ସଂଗଠନ ପାଇଁ କାମ କରୁଥିଲି କିନ୍ତୁ ଦଳରେ ପୁରାତନ ତଥା ଦଳପ୍ରତି ନିଷ୍ଠା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି ଭଲପାଇବା ଥିବା ଲୋକଙ୍କୁ ଦଳରେ କଣ ଠେସା କରାଯାଉଛି।ବିଧାୟିକା ଙ୍କ ଏତାଦୃଶ କାର୍ଯ୍ୟ କୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ରହିଛି ବିଧାୟିକା ଜାଣିଶୁଣି ଦଳ ମଧ୍ୟରେ ଗୋଷ୍ଠି ତିଆରି କରୁଛନ୍ତି । ନିଜ ସ୍ୱାର୍ଥ ପାଇଁ ବ୍ୟବହାର ପରେ ଏଭଳି ଅଣଦେଖା ମୋ ସ୍ୱାଭିମାନ କୁ ବାଧିବାରୁ ମୁଁ ଆଜି ଇସ୍ତଫା ଦେଲି ବୋଲି ସେ ସୂଚନା ଦେଇଛନ୍ତି । ଆଗକୁ କରଞ୍ଜିଆ ବିଜେଡି ର ଯୁବ ଓ ଛାତ୍ର, ମହିଳା ପଦ ପଦବୀ ରେ ଥିବା ବହୁ କର୍ମକର୍ତା ଇସ୍ତଫା ଦେଇପାରନ୍ତି ବୋଲି ଆମକୁ ନାମ ଗୋପନ ରଖିବା ସର୍ତ୍ତ ରେ ଜଣେ ଯୁବ ନେତା ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ଆଗକୁ କେଉଁ କେଉଁ ନେତା ନେତ୍ରୀ ଇସ୍ତଫା ଦେଉଛନ୍ତି ଓ ଦଳରେ ସାମିଲ ହେଉଛନ୍ତି । ଏହାର ପ୍ରଭାବ ନିର୍ବାଚନ ଉପରେ ପଡିବ ବୋଲି ସ୍ଥାନୀୟ ରାଜନୈତିକ ସମୀକ୍ଷକ ମନେ ଅନୁମାନ କରୁଛନ୍ତି ।


