ବିଜେପିକୁ ଝଟ୍କା, ସ୍ୱାଧୀନ ଭାବେ ଲଢ଼ିବେ ଜୁଗାଂସୁ
ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ଅସନ୍ତୁଷ୍ଟ ପ୍ରାର୍ଥୀ ଜୁଗାଂସୁ ଶେଖର ପଣ୍ଡା । ଗତକାଲି ବିଜେପି ପ୍ରାର୍ଥୀନି ଅପରାଜିତା ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ଜୁଗାଂସୁଙ୍କ ପ୍ରାର୍ଥୀପତ୍ର ଦାଖଲ ବିଜେପିକୁ ଶକ୍ତ ଝଟ୍କା ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଦିର୍ଘଦିନ ହେବ ବପିଜେପିର ଟିକେଟ୍ ଦୈାଡରେ ରହି ମଧ୍ୟ ଜୁଗାଂସୁଙ୍କୁ ନିରାଶ ହେବାକୁ ପଡିଥିଲା । ଶେଷରେ ସେ ତାଙ୍କ କର୍ମୀ ଓ ସମର୍ଥକମାନଙ୍କ ସହିତ ପଟିଆ ଛକରୁ ବାଇକ୍ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ୱାଧୀନ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ଯୁବକ, ବସ୍ତିବାସିନ୍ଦା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


