ଟାଟା ମୋଟରର୍ସ ପକ୍ଷରୁ କମର୍ସିଆଲ୍ ଯାନ ପାଇଁ ଦେଶବ୍ୟାପି ୩ ମାସିଆ ଇଞ୍ଜିନ୍ ଚେକ୍ ଅପ୍ ମାଗଣା ସର୍ଭିସ୍ କ୍ୟାମ୍ପ୍ ଅଭିଯାନ ଆରମ୍ଭ

ଟାଟା ମୋଟରର୍ସ ପକ୍ଷରୁ ଦେଶବ୍ୟାପି କମର୍ସିଆଲ ଯାନ ପାଇଁ ୩ ମାସିଆ ଇଞ୍ଜିନ୍ ଚେକ୍ ଅପ୍ ମାଗଣା ସର୍ଭିସ୍ କ୍ୟାମ୍ପ୍ର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ୨୦୧୯ ଏପ୍ରିଲ୍ ୧ ତାରିଖଠାରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପନ୍ନ ହେବ । ଦେଶର ୧୫୦୦ରୁ ଅଧିକ ଡିଲର ଏବଂ ଟାଟା ସ୍ୱୀକୃତୀ ପ୍ରାପ୍ତ ସର୍ଭିସ୍ ଷ୍ଟେଶନରେ ଜାରି ରହିବ । ଟାଟାର କ୍ୟୁମିନ୍ସ୍, ବୁସ୍କ୍, ଲ୍ୟୁକାସ୍, ଡେଲଫି, ଫ୍ଲିଟ୍ ଗାର୍ଡ, ଏସ୍ଇଜି, ଟ୍ରୁବୋ ଇଞ୍ଜିନ୍, ଟାଟା ଟୋୟୋ, ବାନକୋ ଏବଂ ଅଲକ୍ରାଫ୍ଟ ଆଦି ଇଞ୍ଜିନ୍ର ମାଗଣା ସେବା ଉପଲବ୍ଧ ହେବ । ଅନନ୍ୟ ଅଭିଯାନ ସମ୍ପର୍କରେ ଟାଟା ମୋଟରର୍ସ ଲିଃ.ର କମର୍ସିଆଲ ଭେହିକିଲ୍ ୟୁନିଟ୍ ଘରୋଇ ଏବଂ ଆଇବି କଷ୍ଟମର କେୟାର ବରିଷ୍ଠ ଉପ ସଭାପତି , ଆର୍. ରାମକ୍ରିଷ୍ଣନ୍ କହିଲେ, “ଆମେ ଗୁଣବର୍ତାଯୁକ୍ତ ସେବା ଉପଲବ୍ଧ କରାଇବା ପାଇଁ ପ୍ରୟାସ କରୁଛୁ । ଇଞ୍ଜିନ୍ ଚେକ୍ ଅପ୍ ସର୍ଭିସ୍ କ୍ୟାମ୍ପ୍ ମାଧ୍ୟମରେ ଆମେ ଗ୍ରାହକ ଏବଂ ଚ୍ୟାନେଲ୍ ପାର୍ଟନରଙ୍କ ସହାୟତାରେ ଭେହିକିଲ୍ର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାର ଯୋଜନା କରିଛୁ । କମର୍ସିଆଲ ଯାନ ଦେଶର ଆର୍ଥିକ ମାନଦଣ୍ଡ । ଟାଟା ମୋଟରର୍ସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଦ୍ୱାରା ଆମକୁ ଗ୍ରାହକଙ୍କ ସେବା କରିବାର ଏକ ଅବସର ପ୍ରଦାନ କରିଛି । ଏହାଦ୍ୱାରା ଗ୍ରାହକଙ୍କୁ ବିକ୍ରି ପରବର୍ତୀ ସେବା ଯୋଗାଇ ଦିଆଯିବ । ଏସବୁ ପ୍ରୟାସ ମାଧ୍ୟମରେ ଟାଟା ମୋଟରର୍ସ ଗ୍ରାହକଙ୍କ ବିଶ୍ୱାସନୀୟତା ହାସଲ କରିବାର ଧାରା ଜାରି ରଖିଛି । ଟାଟା ମୋଟରର୍ସ ପକ୍ଷରୁ ଦେଶବ୍ୟାପି କମର୍ସିଆଲ ଯାନ ପାଇଁ ୩ ମାସିଆ ଇଞ୍ଜିନ୍ ଚେକ୍ ଅପ୍ ମାଗଣା ସର୍ଭିସ୍ କ୍ୟାମ୍ପ୍ର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ୨୦୧୯ ଏପ୍ରିଲ୍ ୧ ତାରିଖଠାରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପନ୍ନ ହେବ । ଦେଶର ୧୫୦୦ରୁ ଅଧିକ ଡିଲର ଏବଂ ଟାଟା ସ୍ୱୀକୃତୀ ପ୍ରାପ୍ତ ସର୍ଭିସ୍ ଷ୍ଟେଶନରେ ଜାରି ରହିବ । ଗ୍ରାହକଙ୍କୁ ୨୬ଟିରୁ ଅଧିକ ବିକ୍ରି ପରବର୍ତୀ ସମ୍ପୂର୍ଣ୍ଣ ସେବା ସୁବିଧା ଯୋଗାଇ ଦିଆଯିବ ।  କଷ୍ଟମର କେୟାର ଆପ୍ ମାଧ୍ୟମରେ ମୋବାଇଲ୍ ଆପ୍ଲିକେସନ୍ ଦ୍ୱାରା ଜରୁରୀକାଳୀନ୍ ଏସଓଏସ, ସର୍ଭିସ୍ ବୁକିଂ ସୁବିଧା, ରକ୍ଷାଣବେକ୍ଷଣ ଟିପ୍ସ୍, ସର୍ଭିସ୍ ହିଷ୍ଟ୍ରି, ଡିଲର ଲୋକେସନ୍ ଜିପିଏସ୍ ଟ୍ରିପ୍ ମିଟର ଆଦି ଉପଲବ୍ଧ ହେବ ।  ଏହା ଅନ୍ତର୍ଗତ ଟାଟା ଆଲର୍ଟ ସହାୟତାରେ ୨୪ ଘଂଟିଆ ସେବା ଯୋଗାଇ ଦିଆଯିବ । ସେବା ନ ଯୋଗାଇଲେ କମ୍ପାନୀ ପକ୍ଷରୁ ଦିନ ପିଛା ୧୦୦୦ଟଙ୍କାର କ୍ଷତି ପୂରଣ ଦିଆଯିବ ।  ସେହିପରି ଟାଟା ଜିପ୍ପି ଦ୍ୱାରା କ୍ରୟର ୧୨ ମାସ କିମ୍ବା ଉତ୍ପାଦିତ ସମୟର ୧୪ ମାସ ମଧ୍ୟରେ ସ୍ୱୀକୃତି ପ୍ରାପ୍ତ ସର୍ଭିର୍ସ୍ ଷ୍ଟେଶନ୍ରେ ଆବଶ୍ୟକ ସେବା ଯୋଗାଇ ଦିଆଯିବ । ୪୮ ଘଂଟାରୁ ଅଧିକ ସମୟ ବିଳମ୍ବ ହେଲେ ଏଥି ପାଇ ଁମଧ୍ୟ କ୍ଷତିପୂରଣ ଦିଆଯିବ ।  ସେହିପରି ମୋବାଇଲ୍ ୱାର୍କଶପ୍ ଏବଂ କଂଟେନର ୱାର୍କଶପ୍ ଦ୍ୱାରା ଗ୍ରାହକଙ୍କୁ ୧୬୫ରୁ ଅଧିକ ମୋବାଇଲ୍ ୱାକ;ଶପ୍ ଏବଂ ୩୬୦ରୁ ଅଧିକ କଂଟେନର ୱାର୍କଶପ୍ ସହାୟତାରେ ଅନସାଇଟ୍ ସେବା ଉପଲବ୍ଦ କରାଯିବ ।  ଟାଟା କବଚ ଅନ୍ତର୍ଗତ ଦୁର୍ଘଟଣା ଜନିତ ମରାମତି ୧୫ ଦିନ ମଧ୍ୟରେ ଯୋଗାଇ ଦିଆଯିବ ।  ସର୍ଭିସ୍ ଅନସାଇଟ୍ ଆବଶ୍ୟକ ସର୍ଭିସ୍ ଗ୍ରାହକଙ୍କୁ ଯୋଗାଇ ଦିଆଯିବ ।  ମୋବାଇଲ୍ ସର୍ଭିସ୍ ଭ୍ୟାନ୍ ମାଧ୍ୟମରେ ଗ୍ରାହକଙ୍କୁ ସେମାନଙ୍କ ଘରେ ଆବଶ୍ୟକ ସେବା ଯୋଗାଇ ଦିଆଯିବ । ସେହିପରି ମୋବାଇଲ୍ ୱାର୍କଶପ୍ ଏବଂ କଂଟେନର ୱାର୍କଶପ୍ ଦ୍ୱାରା ଗ୍ରାହକଙ୍କୁ ୧୬୫ରୁ ଅଧିକ ମୋବାଇଲ୍ ୱାକ;ଶପ୍ ଏବଂ ୩୬୦ରୁ ଅଧିକ କଂଟେନର ୱାର୍କଶପ୍ ସହାୟତାରେ ଅନସାଇଟ୍ ସେବା ଉପଲବ୍ଦ କରାଯିବ । କମ୍ପାନୀ ଏହାର ୧୮୦୦ରୁ ଅଧିକ ଟଚ୍ ପଂଏଟ୍ ଦ୍ୱାରା ଗ୍ରାହକଙ୍କୁ ଉଲ୍ଲେଖନୀୟ ସେବା ଅବ୍ୟାହତ ରଖିଛି । ସୂଚନାଯୋଗ୍ୟ, ଟାଟା ମୋଟରର୍ସ ଲିମିଟେଡ୍ ଭାରତ ବୃହତ୍ ଅଟୋମୋବାଇଲ୍ କମ୍ପାନୀ । ଏହାର ବାର୍ଷିକ ରାଜସ୍ୱ ୪୫ ବିଲିୟନ୍ ଡଲାର ରହିଛି । ଏହା ୧୦୦ ବିଲିୟନ୍ ଟାଟା ଗ୍ରୁପ୍ର ଅଂଶ ବିଶେଷ । ଏହା ୧୦୯ ସହଯୋଗୀ ଓ ଅଂଶୀଦାର କମ୍ପାନୀ ସହାୟତାରେ ଏହା ବ୍ରିଟେନ୍, ଦକ୍ଷିଣକୋରିଆ, ଥାଇଲାଣ୍ଡ, ଦକ୍ଷିଣଆଫ୍ରିକା, ଇଣ୍ଡୋନେସିଆ ଆଦି ରାଷ୍ଟ୍ରରେ କାରବାର ଜାରି ରଖିଛି । ଏହା ଜାଗୁଆର୍ ଲ୍ୟାଣ୍ଡ ରୋଭର ଓ ଫିଆଟ୍ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି । ଭାରତରେ ଶେଷ୍ଠ ୪ଟି ପାସେଞ୍ଜର ଯାନ ନିର୍ମାତା କମ୍ପାନୀ ମଧ୍ୟରେ ଟାଟା ମୋଟରର୍ସ ରହିଛି । ଦେଶର ବ୍ୟବସାୟିକ ଯାନ ନିର୍ମାଣ କ୍ଷେତ୍ରରେ ଟାଟା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଟାଟା ବସ୍, କାର୍ ଓ ଟ୍ରକ୍ ୟୁରୋପ, ଆଫ୍ରିକା, ମଧ୍ୟପ୍ରାଚ୍ୟ, ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ସିଆଇଏସ୍, ରୁଷିଆର ବିଭିନ୍ନ ରାଷ୍ଟ୍ରରେ କାରବାର ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ