ବ୍ୟାଙ୍କ ବାଣ୍ଟିଲା ୮୧,୭୦୦ କୋଟି

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ଦୂର କରିବା ସହ ବଜାରରେ ଚାହିଦା ବଢ଼ାଇବା ପାଇଁ ଅକ୍ଟୋବର ୧ ରୁ ୯ ପର୍ଯ୍ୟନ୍ତ ଦେଶର ଅନେକ ଜିଲ୍ଲାରେ ଋଣମେଳାମାନର ଆୟୋଜନ କରାଯାଇଥିଲା । ଏହି ୯ ଦିନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ମୋଟ ୮୧,୭୮୧ କୋଟି ଟଙ୍କାର ଋଣ ଏମଏସଏମଇ କ୍ଷେତ୍ରକୁ ପ୍ରଦାନ କରିଛନ୍ତି । ଅର୍ଥ ସଚିବ ରାଜୀବ କୁମାର ସୋମବାର ଏହି ସୂଚନା ଦେଇଛନ୍ତି ।
ଇତି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟି ଅର୍ଥନୀତିକ ତ୍ୱରାନ୍ୱିତ କରିବା ନେଇ ବିଭିନ୍ନ ରଣନୀତି ଉପରେ ସେମାନଙ୍କ ସହ ଆଲୋଚନା କରିଛନ୍ତି । ବୈଠକ ପରେ ଅର୍ଥସଚିବ ଗଣମାଧ୍ୟମକୁ ଉଦବୋଧନ ଦେଇ ଉପରୋକ୍ତ ସୂଚନା ଦେଇଛନ୍ତି । ୩୪,୩୪୨ କୋଟି ଟଙ୍କାର ଋଣରାଶି ନୂଆ ଉଦ୍ୟୋଗୀମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ସେ କହିଛନ୍ତି ।
ବ୍ୟାଙ୍କ ଗୁଡ଼ିକ ନିକଟରେ ପର୍ଯ୍ୟାପ୍ତ ପରିମାଣର ନଗଦ ଥିବା ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି । ସୂକ୍ଷ୍ମ, ଅଣୁ ଏବଂ ମଧ୍ୟ ଉଦ୍ୟୋଗ ଗୁଡ଼ିକ ପାଣ୍ଠି ଯୋଗାଣ ନିଶ୍ଚିତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି । କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକୁ ପାଣ୍ଠି ଉପଲବ୍ଧ କରିବା ପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଲଘୁ ତଥା ବୃହତ ଉଦ୍ୟୋଗ ଗୁଡ଼ିକୁ ଋଣ ଉପରେ ସୁଧ ରିହାତି ପ୍ରଦାନ କରିବା ପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
ତେବେ ପରବର୍ତ୍ତୀ ଋଣ ମେଳା ଦୀପାବଳି ପୂର୍ବରୁ ଅକ୍ଟୋବର ୨୧ ରୁ ୨୫ ପର୍ଯ୍ୟନ୍ତ ହେବ । ଦେଶର ୪୦୦ ଜିଲାରେ ଋଣ ମେଳା ଲଗାଇବାର ଯୋଜନା ରହିଛି । ଏହା ମାଧ୍ୟମରେ ଲୋକଙ୍କ ରୋଜଗାର ମିଳିବ । ତା ସହିତ ପାର୍ବଣରେ ଲୋକେ କିଣାକିଣି କରିପାରିବେ । ଅର୍ଥନୀତିରେ ଚାହିଦା ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଅର୍ଥ ସଚିବ ରାଜୀବ କୁମାରଙ୍କ ସୂଚନା ଅନୁସାରେ ଋଣ ମେଳାରେ ଚାହିହା ଅତ୍ୟନ୍ତ ଭଲ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ