ବିଜେପିର ଜିଲା କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଭେନ୍ୟା ପାରାଡ଼ାଇଜ କଲ୍ୟାଣମଣ୍ଡପ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇାଇଛି । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର ଏଥିରେ ପୌରୋହିତ୍ୟ କରିବା ସହିତ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ବୈଠକକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହିତ ୨୦୨୪ ସାଧାରଣ ନିର୍ବାଚନର ସଫଳତା ପାଇଁ ଦୃଢ଼ ସାଂଗଠନିକ ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଦଳର ଜନସମ୍ପର୍କ ଅଭିଯାନର ରୂପରେଖ ସମ୍ପର୍କରେ ସେ ଆଲୋଚନା କରିଥିଲେ । ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ଉପ-ସଭାପତି ସୁଷମା ବିଶ୍ୱାଳ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି ଓ ପର୍ଶୁରାମ ବେହେରା, ଦଳର ସୋର ନିର୍ବାଚନ ମଣ୍ଡଳୀ ନେତା ରାକେଶ ମଲ୍ଲିକ, ସଦର ନିର୍ବାଚନ ମଣ୍ଡଳୀ ନେତା ମାନସ କୁମାର ଦତ୍ତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନୀଷା ବେହେରା, କୃଷକ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ଏସଟି ମୋର୍ଚ୍ଚ ସଭାପତି ବିପିିନ ମାରାଣ୍ଡି, ଓବିସି ମୋର୍ଚ୍ଚା ସଭାତି ଅରବିନ୍ଦ ବେହେରା ପ୍ରମୁଖ ଏଥିରେ ଯୋଗଦେଇ ଦଳର ସାଂଗଠନିକ ସ୍ଥିତି ଓ ଆସନ୍ତା ସାଧାରଣ ନିର୍ବାଚନରେ ଦଳୀୟ କର୍ମୀଙ୍କ କାର୍ଯ୍ୟଧାରା ପ୍ରଭୃତି ବିଷୟକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ । ଏହି ବୈଠକରେ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ଜନସମ୍ପର୍କ ଅଭିଯାନର ସଦସ୍ୟ ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ । ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ୱର ଚନ୍ଦ୍ର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ସହ-ସଂଯୋଜକ ରଞ୍ଜିତ ପୁଷ୍ଟି, ଅରୂପ ଜେନା ଓ ଅନୀଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


