ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ସ୍ଥାନୀୟ ଭେନିଆ ପାରାଡାଇସ ସମ୍ମୀଳନୀ କକ୍ଷରେ ଏକ ଦିବସୀୟ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ମୋଟ ତିନୋଟି ସତ୍ରରେ ବିଭକ୍ତ ହୋଇଥିଲା, ଉଦଘାଟନୀ, ସାଂଗଠନିକ ତର୍ଜମା ଓ ସାଂଗଠନିକ ସଂରଚନା। ତିନୋଟି ସତ୍ରକୁ ତିନି ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ଇଶ୍ଵର ଚନ୍ଦ୍ର ବେହେରା ଓ ସୁନିଲ କର ପର୍ଯ୍ୟIୟକ୍ରମେ ପରିଚାଳନା କରିଥିଲେ। ଅତିଥି ଭାବରେ ପୁର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟବକ୍ତା ଭାବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆସନ ଅଳଂକୃତ କରିଥିଲେ । ଅତିଥି ପରିଚୟ ଓ ସ୍ବାଗତ ସମ୍ବର୍ଦ୍ଧନା ପରେ ଭାରତ ମାତାଙ୍କ ପୂଜନ, ସାମୁହିକ ବନ୍ଦେ ମାତରଂ ଓ ବନ୍ଦେ ଉତ୍କଳଜନନୀ ଗାନ ପରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ସ୍ବାଗତ ଭାଷଣ ମାଧ୍ୟମରେ କାର୍ଯ୍ୟକାରିଣୀର ବିଶେଷତ୍ଵ ଓ ଆବଶ୍ୟକତା ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇଥିଲେ । ଏହାପରେ ଦିତୀୟ ସତ୍ରରେ ଦଳିୟ ସାଂଗଠନିକ ସ୍ଥିତିର ତର୍ଜମା କରାଯାଇଥିଲା । ସାଂଗଠନିକ ପ୍ରକିୟାକୂ ଅଧିକ ଗତିଶୀଳ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପୁର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ବ୍ୟକ୍ତବ୍ୟରେ ଉପସ୍ଥିତ ପଦାଧିକାରୀଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ଦେଶକୁ ଅଶାନ୍ତ କରିବା ପାଇଁ କିଛି ବିଦେଶୀ ଶକ୍ତିଙ୍କ ସହିତ ବିରୋଧୀଦଳ ଉଦ୍ୟମ କରୁଛନ୍ତି, ଏ ସମୟରେ ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଅଧିକ ଯତ୍ନବାନ ହୋଇ କାମ କରିବା ଉଚିତ୍। ସେ ଆହୁରି କହିଥିଲେ ଯେ ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି, ଆମକୁ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ପଡିବ । ଭୋଜନ ବିରତି ଉପରାନ୍ତେ ତୃତୀୟ ସତ୍ରରେ ମୋଟ ତିନୋଟି ପ୍ରସ୍ତାବ ଗୃହୀତ ହୋଇଥିଲା । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାରଙ୍କ ଆଠବର୍ଷ ସଫଳତାର କଥା, ( ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ )। ବାଲେଶ୍ଵରର ଜନପ୍ରିୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତିନି ବର୍ଷର ସଫଳତାର କଥା ( ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ) ଓ ରାଜନୈତିକ ଚିଠା ପ୍ରସ୍ତାବ ଅନ୍ୟତମ ଥିଲା । ରାଜନୈତିକ ଚିଠା ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଜନମାରଣ ନିତୀକୂ ଉଜାଗର କରାଯିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଆଇନଶୃଙ୍ଖଳା, ନଗରିକଙ୍କୁ ମୌ଼୍ଳିକ ସୁବିଧା ସୁଯୋଗରୁ ବଞ୍ଚିତ ରଖିବା, ରାଜ୍ୟ ସରକାରଙ୍କ ସ୍ବେଚ୍ଛାଚାରିତା ଇତ୍ୟାଦି ବିଷୟରେ ପ୍ରସ୍ତାବ ମାନ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନରେ ଦଳିୟ ପ୍ରୀୟା ପ୍ରିତୀ, ବୋନସ୍ ଅର୍ଥ ପ୍ରଦାନରେ ଟାଳୁଟୁଳୁ ନୀତି ଅବଲମ୍ବନ, ୫ଟି ନାମରେ ସ୍କୁଲ ରୂପାନ୍ତରଣରେ କୋଟି କୋଟି ଟଙ୍କାର ହରିଲୁଟ, ଶିକ୍ଷାର ମାନ ହ୍ରାସ, ଗଣମାଧ୍ୟମ ଉପରେ ଅଙ୍କୁଶ, ଜିଲ୍ଲାରେ ଘୋର ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳା, ହତ୍ୟା, ସଂଗଠିତ ଅପରାଧ, ଚୋରି ଛିନତାଇ ବହୁ ମାତ୍ରାରେ ବୃଦ୍ଧି ପାଇବା, ଜିଲ୍ଲାରେ ପୋଲିସ ପ୍ରଶାସନ ସ୍ଥାଣୁ ପାଲଟି ଯିବା, ବିପର୍ଯ୍ୟୟ ପାନୀୟ ଜଳ ଯୋଗାଣ, ଶୋଚନୀୟ ରାସ୍ତା ଘାଟ, ଶିଶୁ ଓ ନାରୀ ସୁରକ୍ଷା, ବାଲି ମାଫିଆଙ୍କ ଦୌରାତ୍ମ, ଅବୈଧ ନିଶା କାରବାର, ବାଂଲାଦେଶୀ ଅନୁପ୍ରବେଶକାରୀ ଇତ୍ୟାଦି ବିଷୟରେ ଉଦ୍ବେଗ ପ୍ରକାଶ କରାଯିବା ସହିତ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । ସମାରୋପ ଭାଷଣରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ମନ୍ତ୍ରମୁଗ୍ଧ ଭାଷଣରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠନ – ସଂଘର୍ଷ – ବିଜୟର ମନ୍ତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କୁ ତିବ୍ର ଭର୍ସନା କରି ସେ କହିଥିଲେ ଯେ ସ୍ବେଚ୍ଛାଚାରିତାରେ ଚରମ ସୀମାରେ ପହଞ୍ଚିଛି, ଗଣତନ୍ତ୍ରର ମୌଳିକ ମୁଲ୍ୟବୋଧକୁ ହତ୍ୟା କରୁଛି। ୨୩ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ସ୍ଥାୟୀ ବିକାଶ ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ପ୍ରଶଂସା କରି ତାଙ୍କର ଓଡ଼ିଶା ପ୍ରତି ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଜଣେ ଆଦିବାସୀ ବର୍ଗର ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଓଡ଼ିଶା ପ୍ରତି ମୋଦୀଜୀଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ନିଳଗିରି ବିଧାୟକ ସୁକାନ୍ତ ନାୟକ,ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, ସୋର ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ସଦର ଉପନିର୍ବାଚନ ବିଧାୟକ ପାର୍ଥୀ ମାନସ ଦତ୍ତ, ଭୋଗରାଇ ବିଧାୟକ ପାର୍ଥୀ ଅଂଶୁମାନ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି ବୈଠକରେ ତାଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ:- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ  I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ