ରୂପାୟନ ତରଫରୁ ବନମହୋତ୍ସବ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୂପାୟନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଭୁବନେଶ୍ୱର ପଟିଆସ୍ଥିତ କୌସ୍ତଭ କଜେଲ ପରିସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀରେ ଲୋକମାନେ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରିଥିବା ବେଳେ ରୂପାୟନ ପରିବାର ବୃକ୍ଷ ହିଁ ଜୀବନ ଏହିଭଳି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ କରିଥିଲା । ଏଥିରେ କଲେଜର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସିଇବି କଲେଜ ଅଧ୍ୟକ୍ଷ ସୁବ୍ରତ ମହାନ୍ତି, ପିଆରଓ ପାର୍ଥସାରଥୀ ଘୋଷ, ରୂପାୟନର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ, ସସ୍ମିତା ଚୌଧୁରୀ, ମିନତୀ ଦାସ, ଆଶୁତୋଷ ଦାସ, ଅଶୋକ ରାଉତ, ତାପସ ସାହୁ, ଅଜିତ ନାୟକ ତଥା କଲେଜର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସେହିଭଳି ପୁରୀ ଜଗନ୍ନାଥ ମେଡ଼ିକାଲ କଲେଜ ରେ ରୂପାୟନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବନଜାରାଣୀ ବେହେରାଙ୍କ ନେତୃତ୍ୱରେ ହୋଇଥିଲା ଏବଂ ବାଲେଶ୍ୱରର ଷ୍ଟେସନ କ୍ଲବଠାରେ ରୂପାୟନ ଓ ଷ୍ଟେସନ କ୍ଲବର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ତାପସ ସାହୁ, ଜୟଶ୍ରୀ ବିଶ୍ୱାଳ, ଅମିତାଚାନ୍ଦ, ସଜିତା ମହାନ୍ତି, ଯଶୋଦା ନନ୍ଦନ ଆସ, ସଂଯୁକ୍ତା ବେହେରା, ସତେନ୍ଦ୍ର ଦାସ, ଦମୟନ୍ତୀ ପଣ୍ଡା, ପ୍ରତାପ କେଶରୀ ସାମଲ, ଚନ୍ଦନ ପତି, ସୁରେଶ ଉପାଧ୍ୟାୟ, ସେଷ୍ଟନ କ୍ଲବର ସଭାପତି ଗିରିଜା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


