ବିଜେପି ମଣ୍ଡଳ ସଭାପତି ମାନଙ୍କ କର୍ମଶାଳା ଅନୁଷ୍ଠିତ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ମଙ୍ଗଳବାର ଦିନ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ମଣ୍ଡଳ ସଭାପତି ମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନୀଳମଣୀ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ବିଜେପି ଦଳକୁ ୱାର୍ଡ଼ ସ୍ତରରୁ ମଜବୁତ୍ କରିବା ସହ ଆସନ୍ତା ପୌର ନିର୍ବାଚନ ଏବଂ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଆଲୋଚନା କରାଯାଇଥିଲା I ଏହା ସହ ପ୍ରତି ୱାର୍ଡ଼ରୁ କର୍ମୀ ସଂଗ୍ରହ,ନିୟମିତ ବୈଠକ ଆୟୋଜନ ସହ ସମସ୍ତ କର୍ମକର୍ତ୍ତାଙ୍କ ସହ ସୁସମ୍ପର୍କ ସ୍ଥାପନ କରି ଦଳକୁ ସୁଦୃଢ କରିବା ପାଇଁ ସ୍ଥିର କରାଯାଇଥିଲା I କର୍ମଶାଳାରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ବିଷୋୟୀଙ୍କ ସମେତ ସୋରଡ଼ା ନିର୍ବାଚନ ମଣ୍ଡଳୀ ମୁଖ୍ୟ ସଂଯୋଜକ ରଞ୍ଜନ କୁମାର ରାଉତ,ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି କେ. ରବୀନ୍ଦ୍ର ପାତ୍ର, ତନରଡା ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପୋଲାଇ,ନେଟଙ୍ଗା ମଣ୍ଡଳ ସଭାପତି ପ୍ରହଲ୍ଲାଦ ଲେଙ୍କା, ଗାଙ୍ଗପୁର ମଣ୍ଡଳ ସଭାପତି ସୁରେନ୍ଦ୍ର ଡାକୁଆ, ବେଲଗୁଣ୍ଠା ଏନଏସି ମଣ୍ଡଳ ସଭାପତି ଖଦାଳ ପୋଲେଇ, ସୋରଡ଼ା ଏନଏସି ମଣ୍ଡଳ ସଭାପତି ଭି. ଜଗଦୀଶ୍ ରାଜୁ,ସରାବାଡି ମଣ୍ଡଳ ସଭାପତି ସୁରେନ୍ଦ୍ର ସାହୁ,ବଡ଼ଗଡ଼ ମଣ୍ଡଳ ସଭାପତି ରାଧା ମୋହନ୍ ସ୍ୱାଇଁ, ଗାଜଲବାଡି ମଣ୍ଡଳ ସଭାପତି ଶିବ ଦିଗାଲ୍ ଏବଂ ଏକଲପୁର ମଣ୍ଡଳ ସଭାପତି ବୁଲୁ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ