ବିଡିଓଙ୍କ ଗାଡ଼ି ଧକ୍କାରେ ବାଇକ୍ ଆରୋହିଙ୍କ ମୃତ, ଦୁର୍ଘଟଣା ପରେ ବିଡିଓ ଫେରାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଉପକଣ୍ଠରେ ଯାଜପୁର ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଧକ୍କା ଦେଇଥିବା ବୋଲେରୋ ଗାଡ଼ିରେ ମୋହନା ବିଡିଓ ଥିବା ସୂଚନା ମିଳିଛି। ବିଡ଼ିଓ କୋଣସି ସରକାରୀ କାର୍ଯ୍ୟରେ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲେ। ଏହି ସମୟରେ ବାଇକ ଆରୋହି ପାରଳାଖେମୁଣ୍ଡି ଆଭିମୁଖେ ଆସୁଥିଲେ, ଓଭରଟେକ କରିବା ଶମୟରେ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଟି.ପ୍ରଭାକର ରାଓ । ସାତମାଇଲ ଗ୍ରାମର ଅଧିବାସୀ ବୋଲି ଜଣାପଡିଛି ।ଡ୍ରାଇଭର ସହ ଗାଡ଼ିରେ ଯାଉଥିଲେ ବିଡ଼ିଓ, ଦୁର୍ଘଟଣା ପରେ ବିଡିଓ ସେଠାରୁ ପଳାଇଥିବା ଥାନା ଆଇଆଇସିଙ୍କ ସୂଚନା ଦେଇଛନ୍ତି। ଘଟଣା ବିଷୟରେ ଖବର ପାଇଁ ବିଡିଓଙ୍କ ଗାଡ଼ି ଜବତ ସହ ଡ୍ରାଇଭରକୁ ଅଟକ ରଖିଛି ପୁଲିସ। ପ୍ରଭାକରଙ୍କ ଶବ ଉଦ୍ଧାର କରିବାସହ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ