ବିଡିପୁରକୁ କଣ୍ଟେଇନମେଣ୍ଟ ଜୋନ ଘୋଷଣା

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଅନୁଯାୟୀ ଜଗନ୍ନାଥ ପ୍ରସାଦ ବ୍ଲକ ର ବିଡିପୁର ଗ୍ରାମ ପଞ୍ଚାୟତ ର ବିଡିପୁର, ତେନ୍ତୁଳିଆ, ଓ ଭୁସୁଣ୍ଡପାଳ ଗ୍ରାମକୁ କଣ୍ଟେଇନମେଣ୍ଟ ଜୋନ ଘୋଷଣା କରାଯାଇଛି।ଏଥି ସଂକ୍ରାନ୍ତ ରେ ଏକ ବୈଠକ ବିଡିପୁର ଗ୍ରାମ ପଞ୍ଚାୟତ ର ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ଅତିରିକ୍ତ ତହସିଲଦାର ବୈରାଲ ମୂର୍ମୁ, ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ,ସରପଞ୍ଚ କୃଷ୍ଣଚନ୍ଦ୍ର ରଥ,ସମିତିସଭ୍ୟ ଅମୀର ସ୍ୱାଇଁ,ଡାକ୍ତର କଲ୍ୟାଣି ମହାପାତ୍ର, ପୋଲିସ୍ ଏସ. ଆଇ ରସାନନ୍ଦ ମଲ୍ଲିକ,ମା ଉଗ୍ରତାରା ବଣିକ ସଂଘ ସଭାପତି ବଂଶୀଧର ବାରିକ,ଗୌରହରି ବେହେରା,ମହେଶ୍ୱର ପଲେଇ,ଓ ଏ.ଏନ.ମ,ଅଙ୍ଗନବାଡି କର୍ମୀ, ସହାୟିକା, ଆଶା କର୍ମୀ ଯୋଗ ଦେଇଥିଲେ।ବିଡିପୁର ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ ବିଭିନ୍ନ ଅଞ୍ଚଳ ର ଲୋକ ଏଠାକୁ ଆସନ୍ତି।କୋରନା ଗୋଷ୍ଟି ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ସମସ୍ତ ଚେଷ୍ଟା କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଗମହାପୂର୍ଣ୍ଣିମା ରେ ଘରେ ହିଁ ସମସ୍ତେ ପୂଜା କରିବେ, ଛେଳି କି ବୋଦା ମରା ନ ଯିବା ପାଇଁ ନିଷ୍ପତ୍ତି ହୋଇଛି।ଆସନ୍ତା ମଙ୍ଗଳବାର ଠାରୁ ୪ତାରିଖ ଠାରୁ ଆସନ୍ତା ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଔଷଧ ଦୋକାନ ଛାଡି ସମସ୍ତ ଦୋକାନ ବନ୍ଦ ରହିବା ର ନିଷ୍ପତ୍ତି ହୋଇଛି।ଗାଡି ମୋଟର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିବ।ଏହି ସମୟ ରେ ପୋଲିସ ଓ ପ୍ରଶାସନ କୁ ସହଯୋଗ କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ