ଭଞ୍ଜନଗର ଥାନା ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଳିଶିରୁ ଉର୍ଦ୍ଧ୍ବ ସ୍ବେଛାକୃତ ରକ୍ତଦାତା ଯୋଗ ଦେଇଥିଲେ । ଭଞ୍ଜନଗର ମେଡିକାଲ କ୍ୟାମ୍ପସ ପରିସରରେ ଥିବା ରକ୍ତ ଭଣ୍ଡାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କୋରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଖବର ଶୁଣି ଆମ ପୋଲିସ ସମିତି ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ ସାଂସଦ ପ୍ରତିନିଧିଙ୍କୁ ରକ୍ତ ଅଭାବ ଥିବା ଖବର ଦିଆଯାଇଥିଲା । ଖବର ପାଇ ସ୍ବେଛାକୃତ ଭାବେ ଚାଳିଶରୁ ଉର୍ଦ୍ଧ୍ବ ଏହି ମହତ ଦାନ ନିମନ୍ତେ ଯୁବକ ମାନେ ରକ୍ତ ଦାନ କରିଥିଲେ । ଯାହା ଦ୍ୱାରା ରକ୍ତ ଅଭାବରୁ ଯେପରି କାହାର ଜୀବନ ହାନୀ ନହେଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ