ବିଦ୍ୟାଳୟ ତାଲା କାଟି ଦୁର୍ବୃତ୍ତଙ୍କ ଚୋରୀ ଉଦ୍ୟମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳି ଥାନା ସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକର ତାଲାକୁ ବୁଧବାର ବିଳମ୍ବିତ ରାତ୍ରରେ କେହି ଦୁର୍ବୃତ୍ତ ତାଲାକୁ କାଟି ଚୋରୀ ଉଦ୍ୟମ କରିଥିବା ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ବିଦ୍ୟାଳୟ କୋଠା ମଧ୍ୟରୁ କୌଣସି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇ ନଥିବା ବେଳେ ପୂର୍ବରୁ ବହୁଥର ଏଭଳି ଅସାମାଜିକ କାର୍ଯ୍ୟକଳାପ ଘଟିଛି ବୋଲି ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ଅନ୍ୟାନ୍ୟ ସଦସ୍ୟ ମାନେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।ଦୁର୍ବୃତ୍ତ ମାନେ ବିଦ୍ୟାଳୟର ବିଜୁଳି ବତୀ ଗୁଡିକୁ ଭାଙ୍ଗିବା, ଶ୍ରେଣୀ କକ୍ଷ ଗୁଡିକରେ ଝୁଲୁଥିବା ତାଲା ଗୁଡିକରେ ଅଦରକାରୀ ଜିନିଷ ଭର୍ତ୍ତି କରି ଅଚଳ କରିବା ପାଇଁ ଉଦ୍ୟମ କରିବା ଭଳି ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିବା ଜଣାପଡ଼ିଛି । ଏନେଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି i


