ବର୍ଷିୟାନ ମହିଳାଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମର ସ୍ୱର୍ଗତ ଇଶ୍ୱର ପରିଡାଙ୍କ ଧର୍ମପତ୍ନୀ ତଥା ବର୍ଷିୟାନ ମହିଳା ଉଦିଆ ପରିଡାଙ୍କ ୯୪ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ବୁଧବାର ରାତି ୧୦ଟାରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ସ୍ୱର୍ଗତା ପରିଡାଙ୍କ ମୃତ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି, ନାତୁଣିମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନା, ସମାଜସେବୀ ନିରଞ୍ଜନ ପରିଡାଙ୍କ ସମେତ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରାଇପାଳସ୍ଥିତ ଗ୍ରାମ୍ୟ ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ନେତ୍ରାନନ୍ଦ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟରେ ନାତି ପ୍ରଦିପ, ଗଜେନ୍ଦ୍ର, ସମୀର , ସଂଗ୍ରାମ, ବିଶ୍ୱଜିତ, ସୁରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।


