ବିଦ୍ୟାଳୟ ବନ୍ଦ ଓ ସ୍ଥାନାନ୍ତର ନିଷ୍ପତ୍ତିକୁ ପାଟପୁର ଓ ପି.ପୁଟବଗଡ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତ ପାଟପୁର ଗ୍ରାମର ବିଦ୍ୟାଳୟ ଦନେଇ ବ୍ରହ୍ମପୁର ଗ୍ରାମ ବିଦ୍ୟାଳୟକୁ ସ୍ଥାନାନ୍ତର ଏବଂ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ପି.ପୁଟବଗଡ ଗ୍ରାମର ବିଦ୍ୟାଳୟକୁ ପୁଟବଗଡ ବିଦ୍ୟାଳୟକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ପାଟପୁର ଓ ପି.ପୁଟବଗଡ ଗ୍ରାମବାସୀ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉଭୟ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏହି ଦାବି ପତ୍ର ପ୍ରଦାନ କରି ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ଏହାସତ୍ୱେ ଯଦି ପ୍ରଶାସନ ପକ୍ଷରୁ ଉକ୍ତ ବିଦ୍ୟାଳୟକୁ ବନ୍ଦ କରାଯାଏ ତେବେ ସମୂହ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ନୀଳକଣ୍ଠ ଦାଶ,ପାଟପୁର ଗ୍ରାମର ରବି ମହାପାତ୍ର, ରାମଚନ୍ଦ୍ର ଦାଶ, ଚିନ୍ମୟ ଦାଶ,ଶିବରାମ ଦାଶ, ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ପି.ପୁଟବଗଡ ଗ୍ରାମର ଭଗବାନ ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ଶୁକ୍ରୁ ପ୍ରଧାନ, ସାଗର ପ୍ରଧାନଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ । ସୂଚନାନୁସାରେ, ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ଲାଗି । କିନ୍ତୁ ବର୍ତ୍ତମାନ ଯେଉଁ ଛାତ୍ରଛାତ୍ରୀ ଅଛନ୍ତି ଏହା ସହିତ ଆହୁରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନୂତନ ଭାବରେ ନାମ ଲେଖାଇବାକୁ ବାରମ୍ବାର ଅଭିଭାବକମାନେ ଚେଷ୍ଟା କରିଥିଲେ ସୁଦ୍ଧା ଏହାକୁ ଶିକ୍ଷକମାନେ ସଫଳ କରିବାକୁ ଦିଆଯାଉ ନାହିଁ । ଯଦି ଏହି ବିଦ୍ୟାଳୟ ଅନ୍ୟ ଗାଁର ବିଦ୍ୟାଳୟରେ ମିଶିବ ତେବେ ଛୋଟ ଛୋଟ ପିଲାମାନେ ସେଠାକୁ ଯିବାରେ ଅସୁବିଧା ହେବ । ରାସ୍ତା ପାର ହୋଇଗଲା ବେଳେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏଣୁ ଆଜି ଏହାକୁ ନେଇ ଉଭୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ