ବିଦ୍ୟୁତ ବ୍ୟବହାରଗତ ସୁରକ୍ଷାର ଦକ୍ଷତା ବୃଦ୍ଧି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନତ୍ରଗତ ରାଜ ସୀତାପୁର ସ୍ଥିତ ସେଞ୍ଚୁରିୟନ ବିଶବିଦ୍ୟାଳୟ ପରିସରରେ ଥିବା ସେଞ୍ଚୁରିୟନ ପ୍ରାଇଭେଟ ଆଇଟିଆଇ-ଗ୍ରାମତରଙ୍କର ସମ୍ମିଳନୀ କକ୍ଷଠାରେ “ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରକାରୀ କମ୍ପାନୀ” (ଟିପସୋଡଲ) ପକ୍ଷରୁ ରାୟଗଡ ସର୍କଲ ଆନୁକୁଲ୍ୟରେ କମ୍ପାର କ୍ଷେତ୍ର କର୍ମଚାରୀ ତଥା ଲାଇନମ୍ୟାନ ମାନଙ୍କ ନିମନ୍ତେ ବିଦ୍ୟୁତ ବ୍ୟବହାରଗତ ରହିଥିବା ସୁରକ୍ଷାର ଦକ୍ଷତା ବୃଦ୍ଧି ସମ୍ପର୍କିତ ଏକ ସେଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଦକ୍ଷତା ବୃଦ୍ଧି ସଚେତନତା ତାଲିମ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗଙ୍ଗ ଗୌରୀ ପ୍ରସାଦ ପଟ୍ଟନାୟକ ଏବଂ ସବ-ଡଭିଜନଲ ଅଧିକାରୀ ଇଂ. ସ୍ମୃତି ରଞ୍ଜନ ଦାଶ ପ୍ରମୁଖ ଅତିଥି ବାବେ ଯୋଗଦେଇ ବିଦ୍ୟୁତ କ୍ଷେତରେ କାର୍ଯ୍ୟ କରିବା ଏକ ବିପଦପୂର୍ଣ୍ଣ । ସୁରକ୍ଷିତ ଓ ସତର୍କତା ଏହି ଦୁଇଟି ଦିଗ ପ୍ରତି ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ । ତେଣୁକରି ବିଦ୍ୟୁତ କର୍ମଚାରୀ ତଥା ଲାଇନମ୍ୟାନମାନେ କିଭଳି କାର୍ଯ୍ୟ କ୍ଷେତ୍ରରେ ସତର୍କତାର ସହ ଶୃଙ୍ଖଳିତ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିବେ, କାର୍ଯ୍ୟ କଲାବେଳେ ନିଜେ ସୁରକ୍ଷିତ ରହିବା ପାଇଁ କିଭଳି ସୁରକ୍ଷା ଉପକରଣ ପିନ୍ଧି କାର୍ଯ୍ୟକରିବେ ଏବଂ ଶତ ପ୍ରତିଶତ ଦୁର୍ଘଟଣା ମୁକ୍ତ ତଥା ଜିରୋ କାଜୁଲାଲିଟି କାର୍ଯ୍ୟ ସମ୍ପାଦନ କିଭଳି କରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଂ. ଦେବବ୍ରତ ସାହୁ, ଇଂ ରିବି କୁମାର ଆଚାର୍ଯ୍ୟ, ଇଂ. ପୀତାମ୍ବର ସାହୁ, ଇଂ, ମାନସ ରଞ୍ଜନ ସେନାପତି ଏବଂ ଇଂ. ଅଭିଜିତ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ରହି ବିଦ୍ୟୁତ କର୍ମଚାରୀମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଚିହ୍ନଟିକରଣ ଓ ଏହାର ନିବାରଣ ସମ୍ପର୍କରେ କହି କିଭଳି ସୁରକ୍ଷିତ ଭାବେ ଦୁର୍ଘଟଣା ମୁକ୍ତ କାର୍ଯ୍ୟ ସମ୍ପାଦନା କରିବେ ସେ ଦିଗ ଉପରେ କହିଥିଲେ । କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ପରେଶ ପ୍ରସାଦ ମହାପାତ୍ର ଯୋଗଦେଇ କାର୍ଯ୍ୟ କ୍ଷେତ୍ରରେ ବିଦ୍ୟୁତ କର୍ମଚାରୀମାନେ କାର୍ଯ୍ୟ କଲାବେଳେ ଶତ ପ୍ରତିଶତ ଦୁର୍ଘଟଣା ମୁକ୍ତ ତଥା ଜିରୋ କାଜୁଆଲିଟିକୁ କିଭଳି ସୁନିଶ୍ଚିତ କରାଇ କାର୍ଯ୍ୟ ସମ୍ପାଦନ ପ୍ରତି ଗୁରୁତ୍ୱ ଦେଇ ଶୃଙ୍ଖଳିତ ଭାବେ ନିଜ ଜୀବନକୁ ସୁରକ୍ଷିତ ରଖିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହା କାର୍ଯ୍ୟକ୍ରମରେ ଟିପିସୋଡଲ କମ୍ପାନୀ ଅଧୀନସ୍ଥ ଗଜପତି ଜିଲ୍ଲାର ଗାରାବନ୍ଧ, ରାୟଗଡ ଓ ଉପଲଡା ସେକ୍ସନର ମୋଟ ୪୮ ୪୮ ଜଣ ବିଦ୍ୟୁତ ଲାଇନମ୍ୟାନ କର୍ମଚାରୀ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଉପଲଡା ସେକ୍ସନ ସୁପରଭାଇଜର ରାଜେଶ କୁମାର ଜେନା, ଗାରାବନ୍ଧ ସେକ୍ସନ ସୁପରଭାଇଜର ବି. କୋଟେଶ୍ୱର ରାଓ ଏବଂ ରାୟଗଡ ସେକ୍ସନ ସୁପରଭାଇଜର ଏନ୍. ପ୍ୱୀଣ ଓ ସୁରକ୍ଷା ଅଧିକାରୀ ସୂର୍ଯ୍ୟକାନ୍ତ ସିଂ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।


