ଗୋଷାଣୀ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ସ୍ୱଚ୍ଛତା ପକ୍ଷ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତ୍ରଗତ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସର ଠାରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ଏହି ସ୍ୱଚ୍ଛତା ପକ୍ଷ ପାଳନରେ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ନେଇ ବ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରିତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରବନ୍ଧରେ ୨୧ ଜଣ ଛାତ୍ର ଛାତ୍ରୀ ଏବଂ ଚିତ୍ରାଙ୍କନରେ ୨୯ ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ । ଏଥିରେ ସମସ୍ତ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀ, ଗୋଷ୍ଠି ଶିକ୍ଷାଧିକାରୀ ବିଆରସିସି ଏବଂ ସିଆରସିସି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବ୍ଲକର ୨୦ଗୋଟି ସ୍କୁଲର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ କୋରନା ନିୟମ ମାସ୍କ ପରିଧାନ, ସାମାଜିକ ଦୂରତା, ସାନିଟାଇଜେସନ କରାଯାଇଥିବା ଦେଖାଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ